ରାସ୍ତାକୁ ମରାମତି କରିବାକୁ ଦାବି
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଗୋପାଳପୁର ଗ୍ରାମ୍ୟ କେନାଲ ଛକ ଠାରୁ ଓଡଙ୍ଗ ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି । ଅନେକ ସ୍ଥାନରେ ରାସ୍ତା ଖାଲଖମାରେ ପରିଣତ ହୋଇଛି । ବହୁ ସମୟରେ ରାସ୍ତାରେ ଦୁର୍ଘଟଣା ମାନ ଘଟୁଛି । ଉକ୍ତ ରାସ୍ତା ଦେଇ ୩ ପଞ୍ଚାୟତର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ଲୋକ ଯାତାୟତ କରିଥାନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଉକ୍ତ ରାସ୍ତାକୁ ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।


