ପନ୍ଦାଡୋରେ ବର୍ଷେହେଲା ପନୀୟଜଳ ପ୍ରକଳ୍ପ ଅଚଳ

ହାଟଡ଼ିହି : ପନ୍ଦାଡୋ ଶିବମନ୍ଦିର ନିକଟରେ ଥିବା ଏକ ପାନୀୟଜଳ ପ୍ରକଳ୍ପ ଆଜକୁ ବର୍ଷେହେବ ଅଚଳ ହୋଇପଡିଥିବାରୁ ଲୋକମାନେ ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ପନ୍ଦାଡୋ ଖଇରିମରା ସାହିରେ ଥିବା ସର୍ବେଶ୍ୱର ମନ୍ଦିର ନିକଟରେ ଗତ ଦେଢ଼ବର୍ଷ ପୁର୍ବେ ଏକ ସୋଲାର ନଳକୂପ ସ୍ଥାପନ କରାଯାଇଥିଲା । ନଳକୂପଟି ଠିକ ଭାବେ ବ୍ୟବହାର ହେଉଥିବାବେଳେ ନିକଟସ୍ଥ ବାସିନ୍ଦାମାନେ ଦୈନିକ ସେଠାରୁ ପାଣିନେଇ ବ୍ୟବହାର କରୁଥିଲେ । ମନ୍ଦିରେ ହେଉଥିବା ଉତ୍ସବ ଓ ପୂଜାପୂଜି ସମୟରେ ମଧ୍ୟ ଲୋକମାନେ ଏହି ନଳକୂପର ପାଣିକୁ ବ୍ୟବହାର କରିଥାନ୍ତି । ଗତ ବର୍ଷ ଜଣେ ଠିକାଦାର କେନାଲ କାମ କରୁଥିବା ସମୟରେ ଏହି ନଳକୂପରୁ ନିୟମିତ ପାଣିନେଇ କେନାଲରେ କଂକ୍ରିଟ କାମ କରୁଥିଲେ । ଏହି ସମୟରେ କୌଣସି କାରଣକୁ ନେଇ ନଳକୂପର ଏକ ଯନ୍ତ୍ରାଶଂ ଖରାପ ହୋଇଯାଇ ଅଚଳ ହୋଇପଡିଥିଲା । ଠିକାଦାର ନିଜେ ଏହାକୁ ମରାମତି କରିଦେବ ବୋଲି କହି କହି ବର୍ଷେ ବିତିବାକୁ ବସିଥିଲେ ସୁଧା ଆଜି ପର୍ଯ୍ୟନ୍ତ ନାଁ ଠିକାଦାର ନାଁ ପଞ୍ଚାୟତ ନାଁ ଆଡବ୍ଲୁଏସଏଓ ବିଭାଗ କେହି ନଳକୂପଟିକୁ ମରାମତି କରୁନାହାନ୍ତି । ଫଳରେ ସ୍ଥାନୀୟ ଲୋକ ଓ ବାଟୋଇମାନେ ପାଣିମୁନ୍ଦେ ପାଇବାକୁ ନାନା ସମସ୍ୟା ଭୋଗ କରୁଛନ୍ତି । ତୁରନ୍ତ ଏହି ସୋଲାର ନଳକୂପଟିକୁ ମରାମତି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଆରଡବ୍ଲୁଏସଏସ କନିଷ୍ଠଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନାଙ୍କୁ ପଚାରିବାରେ ସେ ଓରିଡାର ବିଭାଗୀୟ ଅଧିକାରୀଙ୍କୁ ଏ ବାବଦରେ ଜଣାଇଛନ୍ତି ଅଳ୍ପଦିନ ଭିତରେ କାମ କରାଯିବ ବୋଲି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ