ପପିନ୍ଦ୍ର ଅନ୍ୟ ଯୁବକଙ୍କ ପାଇଁ ଉଦାହରଣ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ଗ୍ରାମରେ ପପିନ୍ଦ୍ର ଲେଙ୍କାଙ୍କ ଘର । ବର୍ତମାନ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ୟ୍ୟରତ । ପିଲାଟି ଦିନରୁ ଅସହାୟ ମଣିଷଙ୍କୁ ସାହାର୍ୟ୍ୟ କରିବା,ବନ୍ୟା ,ବାତ୍ୟା ସମୟରେ ଲୋକମାନଙ୍କ ପାଖରେ ପହଂଚିବା ,ରାତି ଅଧରେ କାହାର ଦେହ ଖରାପ ହେଲେ ଚିକିତ୍ସାଳୟକୁ ନେବା ଆଦି କାଯ୍ୟରେ ପିଲାଟି ଦିନରୁ ନିଜକୁ ନିୟୋଜିତ କରିଥିଲେ । ଏପରିକି ମହାବିଦ୍ୟାଳୟର ସ୍ୱଳ୍ପବେତନ ପାଉଥିବା ବେଳେ ଉକ୍ତ ଅର୍ଥୁରୁ କଛି ଅଂଶ ସେ ଅସହାୟ ମାନଙ୍କୁ ସହାର୍ୟ୍ୟ କରିବାରେ ଖୁସି ପାଉଥିବା ସେ ପ୍ରକାଶ କରିଛନ୍ତି । ଗତ ସ୍ୱାଧୀନତା ଦିବସରେ ସେ ଡେରିକି ପଂଚାୟତ ଗଙ୍ଗଦା ଗ୍ରାମର ଝିଅ ସୋନାଲି ଲେଙ୍କାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଓ ଗରିବ ମହିଳା କୁନି ବାରିକଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିଥିଲେ । କେବଳ ନିଜ ଅଂଚଳରେ ନୁହେଂ କେରଳ ବନ୍ୟା ପାଇଁ ଗାଁ ପାଣ୍ଠି ସଂଗ୍ରହ କରି ପଠାଇବା ସହିତ ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ,ରାସ୍ତା ସଫେଇ ଆଦି କାର୍ୟ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ପପିନ୍ଦ୍ର ନିଃସ୍ୱାର୍ଥପର ସାହାର୍ୟ୍ୟ ଅନ୍ୟ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ।