ପବିତ୍ର ଓଡ଼ିଶା ଦିବସ ପାଳନ ଅବସରରେ ଲେଖକ ଲେଖିକା ପୁସ୍ତକ ଲୋକାର୍ପଣ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :୮୭ ତମ ଉତ୍କଳ ଦିବସ ପାଳନ ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳହିତେଇଶିନୀ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି । ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣରେ ବିଚିତ୍ରନନ୍ଦ ବେବର୍ତା ଏବଂ ବିନୋଦ ଚନ୍ଦ୍ର ଜେନାଙ୍କ ସମ୍ପାଦନାରେ ଗଜପତି ଜିଲ୍ଲାର ଲେଖକ ଲେଖିକା ପରିଚୟ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବହିଟିକୁ ଳୋକାର୍ପଣ କରିଥିଲେ । ମୁଖ୍ୟ ବକ୍ତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ବକ୍ତ ଡ଼.ଅଜୟ କୁମାର ତ୍ରିପାଠୀ, ଡ଼. କଲ୍ୟାଣୀ ମିଶ୍ର ,ବିନୋଦ ଚନ୍ଦ୍ର ଜେନା,ବିଚିତ୍ରIନନ୍ଦ ବେବର୍ତା,କିରଣ କୁମାର ମହାନ୍ତି, ଯୋଗ ଦାନ କରି ଉତ୍କଳ ଦିବସରେ ଉତ୍କଳୀୟ ଙ୍କ ଭାଷା ପ୍ରୀତି ଏବଂ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଭାଷା ଆମର ଜୀବନ,ପ୍ରାଣ, ଓଡ଼ିଆ ଭାଷIକୁ ବିଶ୍ୱ ଦରବାରରେ ପହଁଚେଇବା ଆମର କର୍ତ୍ତବ୍ୟ।ସମ୍ପ୍ରତି ଆମ ଭାଷା ଜାତୀୟ ସ୍ତରରେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି ଏହା ଆମପାଇ ଅତୀବ ଗୌରବ ବିଷୟ ବୋଲି ବକ୍ତାମାନେ କହିଥିଲେ।ତ୍ରିପତି ପଣ୍ଡା ମଞ୍ଚ ଆହ୍ବIନ କରିଥିବାବେଳେ ଆସଲତ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ , ମୀନାକୁମାରୀ ଟହଲ ପରିଚୟ ପ୍ରଦାନ କରିଥିଲେ।ଶ୍ୱେତା ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଡି. ପ୍ରିୟଙ୍କା ନିର୍ଦେଶନାରେ ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ପରିବେଷଣ କରିଥିଲେ । ମୁରଲି ଧର ପରିଛା, ଵିଷ୍ଣୁ ପଣ୍ଡା,ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ