ପମ୍ପ ସେଟରୁ ମଟର ଚୋରି କରିଥିବାକୁ ନେଇ ଥାନାରେ ଲିଖିତ ଅଭିଯୋଗ

ନାଉଗାଁ (ଓ୍ବାଇଏନ୍ଏସ୍) : ନାଉଗାଁ ଥାନା ଅନ୍ତର୍ଗତ ଅଲଣା ପଂଚାୟତସ୍ଥିତ କୁଣ୍ଡେଶ୍ୱର ଗ୍ରାମର ବ୍ରଜବନ୍ଧୁ ମଲ୍ଲିକଙ୍କ ପମ୍ପସେଟରୁ ମଟର ଚୋରିି ହୋଇଥିବାକୁ ନେଇ ମଙ୍ଗଳବାର ବ୍ରଜବନ୍ଧୁ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଫକା କାଣ୍ଡୀ ସୋମବାର ବିଳମ୍ବିତ ରାତିରେ ବ୍ରଜବନ୍ଧୁଙ୍କ ଘର ପଛ ପାଶ୍ୱର୍ରେ ଥିବା ପମ୍ପ ସେଟଟିକୁ ଚୋରି କରୁଥିବା ବେଳେ ଧରା ପଡିଥିଲେ । ପରେ ବ୍ରଜବନ୍ଧୁ ଗ୍ରାମବାସୀଙ୍କୁ ଏସଂର୍ପକରେ ଜଣାଇ ଥାନା ଜିମା ଦେଇଥିଲେ । ତେଣୁ ଉକ୍ତ ଚୋରିର ସଠିକ ତଦନ୍ତ କରାଯାଇ ସତ୍ୟାସତ୍ୟ ପଦାକୁ ଆଣିବାକୁ ବ୍ରଜବଂଧୁ ଅଭିଯୋଗରେ ଦର୍ଶାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ନାଉଗାଁ ବ୍ଳକର ଅଲଣା ଓ ବାଲିକୁଦା ବ୍ଳକର ବିଭିନ୍ନ ପଂଚାୟତରୁ ଗତ କିଛି ଦିନ ହେବ ପମ୍ପସେଟରୁ ମଟର ଚୋରି ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଉକ୍ତ ଯୁବକ ସହିତ ଏକ ବଡ ର‌୍ୟାକେଟ ସଂପୃକ୍ତି ରହିଅଛି । ବିଭିନ୍ନ ଅଂଚଳରୁ ସେମାନେ ପମ୍ପସେଟରୁ ମଟର ଚୋରି କରି ନେଉଛନ୍ତି ।ଏସଂକ୍ରାନ୍ତରେ ନାଉଗାଁ ଥାନାରେ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଦୁବୃତମାନଙ୍କର ସୁରାକ ପାଇ ପାରିନାହିଁ । ଯାହାଫଳରେ ଦୁବୃତମାନେ ନିର୍ଭୟରେ ମଟର ଚୋରି କରି ନେଉଛନ୍ତି ।ତେଣୁ ଉକ୍ତ ଘଟଣା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଉକ୍ତ ଚୋରି ର‌୍ୟାକେଟର ବହୁ ତଥ୍ୟ ପଦାକୁ ଆସି ପାରିବ ବୋଲି ଜଣାଯାଇଛି । ଏ ବିଷୟକୁ ନେଇ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ଉକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି, ଅଭିଯୋଗର ସତ୍ୟାସତ୍ୟ ଜଣା ପଡିବା ପରେ ମାମଲା ରୁଜୁ କରାଯିବ ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ