ପରବିନ୍ଦରଙ୍କ ନାଁରେ ପାଲଟା ମାମଲା
ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ ବ୍ୟକ୍ତିଙ୍କୁ ମାଡ଼ ଘଟଣାରେ ଏବେ ଆଉ ଗୋଟିଏ ଟ୍ୱିଷ୍ଟ ଆସିଛି । ଶିଖ ବ୍ୟକ୍ତି ପରବିନ୍ଦର ପାଲ ସିଂହଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରାଯାଇଛି । ପ୍ରତିପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ପରବିନ୍ଦର ପାଲ ସିଂହଙ୍କ ବିରୋଧରେ ପାଲଟା ମାମଲା ରୁଜୁ କରାଯାଇଛି । ଗଣ୍ଡଗୋଳ ସମୟରେ ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ଧରି ଗାଳିଦେଇଥିବା ପ୍ରତିପକ୍ଷଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ପ୍ରକାଶ ଯେ, ଲକ୍ଷ୍ମୀସାଗର ଭଗବାନ ଆପାର୍ଟମେଂଟ ସମ୍ମୁଖରେ ସ୍ଥାନୀୟ ଅଂଚଳରେ ରହୁଥିବା ପରବିନ୍ଦର ସିଂଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଯୁବକ । ଏମିତିକି ପଥରେ ମୁହଁକୁ ଆକ୍ରମଣ କରିବାକୁ ବି ପଛାଇ ନଥିଲେ । ଆଉ ସବୁଠୁ ବଡ କଥା ହେଉଛି ଏସବୁ ଘଟିଥିଲା ପୋଲିସର ଉପସ୍ଥିତିରେ । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।


