ରାସ୍ତାରେ ଡେଇଁଲେ ମାଛ
ସୋର:- ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଗୁରୁବାର ସକାଳେ ୧୬ନଂ ଜାତୀୟ ରାଜପଥରରେ ଠିଆ ହୋଇଥିବା ଟ୍ରକରେ ଆନ୍ଧ୍ରରୁ କୋଲକତା ଅଭିମୁଖେ ଯାତ୍ରା କରୁଥିବା ଗୋଟିଏ ମାଛ ବୋଝେଇ ଟ୍ରକ୍ ଅନ୍ୟ ଏକ ମାଛ ବୋଝେଇ ଟ୍ରକ୍କୁ ପଛପଟୁ ଜୋରରେ ପିଟିଥିଲା । ଫଳରେ ଡ୍ରାଇଭରଜଣକ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ମାଛ ଟ୍ରକରେ ଥିବା ମାଛ ପ୍ୟାକେଟଗୁଡ଼ିକ ଆଡେସାଡେ ପଡିଥିଲା । ଏଥି ମଧ୍ୟରୁ ପ୍ରାୟ ୨୦ ମାଛ ପେଟି ଆଖପାଖରେ ଥିବା ଲୋକ ବୋହି ନେଇଥିଲେ। । ଖବର ପାଇ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ କରିଥିବା ଜଣାଯାଇଛି। ଏଣେ ଗୁରୁତର ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


