ପରାଦୀପ ପୌର ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ
ପାରାଦୀପ,( ପିତବାସ ପ୍ରଧାନ): ପାରାଦୀପ ପୌରପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେର ସୌରିନ୍ଦ୍ର କୁମାର ରାଉତରାୟଙ୍କୁ ନିଯୁକ୍ତି ଦିଆଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।ପାରାଦୀପ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଥିଲା। ପୂର୍ବତ୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲିପ କୁମାର ମହାନ୍ତିଙ୍କ ଦୁଇ ଦୁଇ ଥର ବଦଳି ଆଦେଶ ଆସିଥିିଲେ ମଧ୍ଯ ତାହା ବାତିଲ୍ କରି ନିଜ ପଦବୀରେ ରହିଥିଲେ। ପାରାଦୀପ ପୌରପରିଷଦ ଯେମିତି ତାଙ୍କର ପୈତୃକ ସମ୍ପତ୍ତି। ବହୁ ବିବାଦ ତାଙ୍କର ପିଛା ଛାଡି ନଥିଲା।ଟେଣ୍ଡର ଆଗରୁ କାମ ସରିବା ଭଳି ବହୁ ଗୁଡିଏ ଅଭିେଯାଗ ଥିଲା।ସର୍ବାଧିକ ସାଡେ ଚାରିବର୍ଷ ଗୋଟିଏ ପଦବୀରେ ରହିଥିଲେ। ଓ. ଏ ଏସ ନଥିବା ପରେ ବି କିଭଳି ସାଡେ ଚାରିବର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ରହିଲେ ତହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତୁତୀୟ ବଦଳି ଆଦେଶକୁ ବହୁ ଚେଷ୍ଟା କରି ବାତିଲ କରିବାକୁ ସକ୍ଷମ ହୋଇ ପାରିନଥିଲେ। ଲକ୍ଷାଧିକ ଟଙ୍କା ନେଣଦେଣ ଅଭିେଯାଗ ଶୁଣିବାକୁ ବି ମିଳିଥିଲା। ଶେଷରେ ଶ୍ରୀ ମହାନ୍ତିଙ୍କର ବଦଳି ହୋଇଥିଲା। ଜିଲ୍ଲାପାଳଙ୍କ ନିଦ୍ଦେର୍ଶ କ୍ରମେ ଶ୍ରୀ ମହାନ୍ତି ପୌରପରିଷଦର ଯନ୍ତ୍ରୀ ଇଂ ଦୂର୍ଯ୍ୟୋଧନ ପଟ୍ଟେଲଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିେଲେ। ଅର୍ଥ ନେଣଦେଣ କ୍ଷମତା ମିଳିନଥିବା କାରଣରୁ ପୌରପରିଷଦରେ ଅଚଳା ଅବସ୍ଥା ଦେଖା ଦେଇଥିଲା। ଜିଲ୍ଲାପାଳ ଗତ ଅଗଷ୍ଟ ମାସ ୨୬ ତାରିଖରେ କୁଜଙ୍ଗ ତହସିଲଦାରଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରିଥିେଲେ। ଦାୟିତ୍ୱ ନେବାର ଦୁଇ ସପ୍ତାହ ନ ପୁରୁଣୁ ରାଜ୍ଯ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିେଯାଗ ବିଭାଗ ଅଣ୍ଡର ସେକ୍ରେଟାରୀଙ୍କ କାର୍ଯ୍ୟଳୟ ଦ୍ବାରା ମେମୋ ନଂ ୨୦୩୧୯/ ଏସ. ସି. ଏସ ରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ରାଜ୍ଯ ସରକାରଙ୍କର ଓ. ଏ. ଏସ ଶ୍ରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କୁ ପାରାଦୀପ ପୌରପରିଷଦର ଆଗାମୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେର ନିଯୁକ୍ତି ଦିଆଯାଇଛି। ଶ୍ରୀ ରାଉତରାୟ ବର୍ତ୍ତମାନ ରାଜଗାଙ୍ଗପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେର କାର୍ଯ୍ୟ ତୁଲାଉଛନ୍ତି।