ପରିତ୍ୟକ୍ତ ପମ୍ପ ହାଉସରୁ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ବାଦୁଆ-ବିରିପୁର ସନ୍ଧି ତୋଟା ନିକଟ ବାଘୁଆ ନଦୀ କୁଳର ଏକ ପରିତ୍ୟକ୍ତ ପମ୍ପ ହାଉସ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ବୁଗୁଡା ପୋଲିସ ଜବତ କରିଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଘଟଣାରୁ ଜଣା ପଡିଛି ଯେ ବାଦୁଆ ଗ୍ରାମର ସ୍ବର୍ଗତ ଦୁଃଶା ବେହେରା ସନ୍ଧି ଆମ୍ବ ତୋଟା ନିକଟରେ ବାଘୁଆ ନଦୀ କୁଳରେ ନିଜ ଜମିରେ ଉଠା ଜଳସେଚନ ପାଇଁ ଏକ ପମ୍ପ ହାଉସ ନିର୍ମାଣ କରି ଚାଷ କରୁଥିଲେ। ହେଲେ ସେହି ସ୍ଥାନରେ ଦୁଃଶାଙ୍କ ମୃତ୍ୟୁ ଘଟିବା ପରେ ସେହି ପମ୍ପ ହାଉସ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା। ସେହି ପମ୍ପ ହାଉସ ଗୃହର ଦ୍ୱାର ମୁହଁରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବା ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ। ବୁଗୁଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ବ୍ୟକ୍ତି ଜଣକଙ୍କ ପାଞ୍ଚ ଛଅ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏକ ସାର୍ଟ ପନ୍ଧିଥିବା ବେଳେ ମୃତ୍ୟୁ ବ୍ୟକ୍ତି ଜଣକ ପୁରୁଷ ହୋଇଥିବା ଆଶା କରା ଯାଉଛି। କେତକ ବ୍ୟକ୍ତି ଅଞ୍ଚଳରେ ବୁଲୁଥିବା ପାଗଳ ବ୍ୟକ୍ତିଙ୍କ ହୋଇଥାଇପାରେ ବୋଲି ଅନୁମାନ କରୁଛନ୍ତି। ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ