ପରିବହନ କାର୍ଯ୍ୟକୁ ନେଇ ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଣଦେଖା

ପରିବହନ ମୂଲ୍ୟକୁ ନେଇ ଖଣି କମ୍ପାନୀ ଫାଟକ ସମ୍ମୁଖରେ ଉତ୍ତେଜନା
ଯୋଡା,(ସମୀର କୁମାର ଦାସ): ପରିବହନ କାର୍ଯ୍ୟକୁ ନିଜ ଇଚ୍ଛାଧୀନ ଢଙ୍ଗରେ ପରିଚାଳନା କରୁଥିବା ଶ୍ରୀ ଆଣ୍ଡୋଲ ଲଜିଷ୍ଟିକ ନାମକ ପରିବହନକାରୀ ସଂସ୍ଥା ସ୍ଥାନୀୟ ଟ୍ରକ ମାଲିକଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ଶତାଧିକ ଟ୍ରକ ମାଲିକ ଏକତ୍ରିତ ହୋଇ ବୁଧବାର ଅପରାହ୍ନରେ ବି-ପ୍ଲଟ ସ୍ଥିତ ଏକ ଖଣି ଫାଟକ ସମ୍ମୁଖରେ ଏହାର ପ୍ରତିବାଦ କରିବା ସହିତ ଘେରାଉ କରିଥିବା ଖବର ହସ୍ତଗତ ହୋଇଛି । ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ମୂଲ୍ୟ ଠାରୁ ତିନିଶହ ଟଙ୍କା ଟନ ପ୍ରତି କମ୍ ମୂଲ୍ୟକୁ ନେଇ ଟ୍ରକ ମାଲିକ ଓ ଖଣିର ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ବେଳେ ଉତ୍ତେଜନା ଦେଖାଦେଇଥିଲା । ଏହି ପରିବହନକାରୀ ସଂସ୍ଥା ସ୍ଥାନୀୟ ଯୋଡା ଟ୍ରକ ମାଲିକ ସଂଘ (ଜେଟିଓଏ)କୁ ନଜଣାଇ ତାମିଲନାଡୁ ତଥା ବାହାର ରାଜ୍ୟର ବଡ ବଡ ଭାରୀଯାନ ଖଣିରେ ନିୟୋଜିତ କରି ପରିବହନ କାର୍ଯ୍ୟ ଚଳାଉଛି । ଯାହା ଫଳରେ ସ୍ଥାନୀୟ ଟ୍ରକ ମାଲିକ ମାନେ କାମ ନପାଇ ୧୫ଦିନରୁ ଉର୍ଦ୍ଧ୍ୱ ହେବ ଠିଆ ହୋଇ ରହିଛନ୍ତି । ତେଣୁ ଶତାଧିକ ଟ୍ରକ ମାଲିକ କର୍ମସଂସ୍ଥାନ ହରାଇ ଦୁର୍ଦ୍ଦିନରେ ଦିନ କାଟିବା ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ଯୋଡା ଟ୍ରକ ମାଲିକ ସଂଘର କାର୍ଯ୍ୟକାଳ ପରିସମାପ୍ତି ହୋଇଥିବାରୁ ପରବର୍ତ୍ତୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଏକ ୨୭ ଜଣିଆ ଟିମ୍ ଗଠନ କରାଯାଇ କାର୍ଯ୍ୟଭାର ଅର୍ପଣ କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଏହି ଟିମ୍ ଦାୟିତ୍ୱ ନିର୍ବାହ କରିବ ବୋଲି ବୁଧବାର ଏକ ଜରୁରୀକାଳୀନ ବୈଠକ ଡକାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯୋଡା ଟ୍ରକ ମାଲିକ ସଂଘର ବରିଷ୍ଠ ସଦସ୍ୟ ମାତା ପ୍ରସାଦ ଜୟସ୍ୱାଲ,ବିନୁ ପଟ୍ଟନାୟକ,ବିଦୁ ପଟ୍ଟନାୟକ,ସୁଶାନ୍ତ କୁମାର ବାରିକ,ଶୈଳେନ୍ଦ୍ର ଜୋରା,ସୋଏବ ଖାନ ପ୍ରମୁଖଙ୍କ ସମେତ ୨୭ଜଣିଆ ଟିମ୍ ପରିବହନକାରୀ ସଂସ୍ଥା ଶ୍ରୀ ଆଣ୍ଡୋଲ ଲଜିଷ୍ଟିକର ମନମାନୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଯୋଡା ଖଣି ମଣ୍ଡଳର ବି-ପ୍ଲଟ ସ୍ଥିତ ଏକ ଖଣିରୁ ପାରାଦୀପକୁ ଖଣିଜ ପରିବହନ ମୂଲ୍ୟ ୧୯୨୫ ଓ ଗୋପାଳପୁରକୁ ୧୯୭୫ ଟଙ୍କା ଥିବା ବେଳେ ଏହି ପରିବହନକାରୀ ସଂସ୍ଥା ବାହାର ରାଜ୍ୟର ଅଣପଞ୍ଜୀକୃତ ଟ୍ରକକୁ କାର୍ଯ୍ୟରେ ନିୟୋଜିତ କରି ୧୬୨୫ ଟଙ୍କା ପରିବହନ ମୂଲ୍ୟ ଦେଇ ପାରାଦୀପକୁ ଖଣିଜ ପରିବହନ କରାଉଛି । ଯାହାଦ୍ୱାରା ସଂଘରେ ପଞ୍ଜୀକୃତ ଥିବା ସ୍ଥାନୀୟ ଅଞ୍ଚଳର ଶହ ଶହ ଟ୍ରକ ଗୁଡିକ ପରିବହନ କାର୍ଯ୍ୟ ନପାଇ ଆଜକୁ ୧୫ ଦିନରୁ ଅଧିକ ହେବ ଛିଡା ହୋଇ ରହିଛନ୍ତି । ଫଳରେ ମାଲିକ ମାନେ ପରିବହନ କାର୍ଯ୍ୟରୁ ବଞ୍ôଚତ ହେବା ଫଳରେ ଆର୍ôଥକ ସଂକଟରେ ପଡିବା ସହିତ ରୋଜଗାରକ୍ଷମ ହେବା ନିମନ୍ତେ ବ୍ୟାଙ୍କରୁ ଲୋନ ନେଇ ଦେବାଳିଆ ଅବସ୍ଥାକୁ ଗତି କଲେଣି । ବୁଧବାର ଅପରାହ୍ନରେ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ୱ ଟ୍ରକ ମାଲିକ ଏକଜୁଟ୍ ହୋଇ ବି-ପ୍ଲଟ ଖଣିର ଫାଟକ ସମ୍ମୁଖରେ ପହଞ୍ଚି ଏହି ଅବୈଧ ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ଠିକାସଂସ୍ଥା ପକ୍ଷରୁ ଏହାର ନିର୍ଦ୍ଦେଶକ ଭେଙ୍କଟେସଙ୍କ ସହିତ ଗାଡି ମାଲିକଙ୍କ କଥା କଟାକଟି ସମୟରେ ସେ ତାଙ୍କ ନିଜ ଜିଦରେ ଅଟଳ ରହି ପରିବହନ କାର୍ଯ୍ୟ ପୂର୍ବବତ୍ ଚଳାଇବାକୁ ଧମକ ଦେଇଥିବା ବେଳେ ଏ ନେଇ ଟ୍ରକ ମାଲିକଙ୍କ ସହ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ତ୍ରିବେଣୀ ଠିକାସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ବି. ପ୍ରଭାକରନ ପହଞ୍ଚି ଏଥିରେ ହସ୍ତକ୍ଷେପ କରିଥିଲେ । ଟ୍ରକ ମାଲିକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସଫଳ ସିଦ୍ଧାନ୍ତରେ ପହଞ୍ôଚପାରିନଥିଲେ । ଠିକାସଂସ୍ଥା ପକ୍ଷରୁ ଚୂଡାନ୍ତ ନିଷ୍ପତି ପାଇଁ ଆଉ ଗୋଟିଏ ଦିନ ସମୟ ମଗାଯାଇଥିବା ବେଳେ ପରିବହନ ନିମନ୍ତେ ଯୋଡା ଟ୍ରକ ମାଲିକ ସଂଘରେ ପଞ୍ଜିକୃତ ଟ୍ରକ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ପରିବହନ ନିମନ୍ତେ ସୁଯୋଗ ଦେବା ପରେ ବାହାର ରାଜ୍ୟର ଟ୍ରକକୁ ପରିବହନ ଦେବାକୁ ସେମାନେ ଦୃଢ ଦାବି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ