ଯମବେଶରେ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନତା କରାଇଲା ୟୁଥ୍ ମାସ ସେବା ସଂଘ
ଛତ୍ରପୁର,(ଦେବଦତ୍ତ ମହାରଣା) : କରୋନା ରୁ କିପରୀ ଦୂରେଇ ରହିବେ ସେଥି ନିମନ୍ତେ ଜିଲ୍ଲାପ୍ରଶାସନ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି । ଜିଲ୍ଲାରେ କରୋନା ଶୂନ କରିବା ନିମନ୍ତେ ପ୍ରଶାସନିକ ଅଧିକାରୀ ମାନେ ଅହରହ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଜିଲ୍ଲାରେ ପରିସ୍ଥିତି ସୁଧାର ଆସିଛି । ଯେ ପର୍ଯ୍ୟନ୍ତ ଔଷଧ ନାହିଁ ସେ ପର୍ଯ୍ୟନ୍ତ ଆମେ ସତର୍କତା ରହିବା ସହ କରୋନା ରୁ ଦୂରେଇ ରହିବା ନିମନ୍ତେ ମାସ୍କ ଓ ସାମାଜିକ ଦୂରତା ରହିବାକୁ କୁହାଯାଇଛି । ଏଭଳି ପରିସ୍ଥିତି ରେ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ଜନସାଧାରଣ କିପରୀ କରୋନା ଠାରୁ ଦୂରେଇ ରହିବେ ସେଥି ନିମନ୍ତେ ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ୍ ମାସ ସେବା ସଂଘ ଓ କିରାଣୀ ବ୍ୟବସାୟୀ ସଂଘ ପକ୍ଷରୁ ଆଉ ଏକ ପାଦ ଆଗକୁ ଆସି ନିଆରା ଢଙ୍ଗ ରେ କରୋନା ଜନ ସଚେତନତା କରି ଲୋକଙ୍କୁ ମାସ୍କ ବଣ୍ଟନ କରିଛନ୍ତିା ଏକ ଶୋଭାଯାତ୍ରା ମାଧ୍ୟମରେ ଦୁଇଜଣ ଯମ ବେଶଧାରୀ ମାନେ ରାସ୍ତାରେ ମାସ୍କ ପିନ୍ଧି ନଥିନା କୁନି କୁନି ଶିଶୁଙ୍କ ଠାରୁ ଆରମ୍ଭ କରି ପ୍ରଥଚାରୀ ମାନଙ୍କୁ କରୋନା ଉପରେ ସଚେତନତା କରିବା ସହ ମାସ୍କ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ଯାତ୍ରୀ ବୋଝେଇ ଅଟୋ , ବାଇକ୍ ଚାଳକଙ୍କୁ ମଧ୍ୟ ଏହି ଦୁଇ ଯମ ବେଶଧାରୀ ମାନେ ପୈାରାଣିକ ଢଙ୍ଗରେ ଅଭିନୟ କରି ସଚେତନତା କରିଛନ୍ତି । ପ୍ରାରମ୍ଭରେ ଏହି ଶୋଭାଯାତ୍ରା ଗଂଜାମ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଗଂଜାମ ଏସପିଙ୍କ ବାସଭବନ ଠାରେ ମଧ୍ୟ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହାକୁ ଉଦଘାଟନ କରିଥିଲେ । ଏହି ସଚେତନତା ରାଲି ସହରର ବିଭିନ୍ନ ସ୍ଥାନ ଓ ମୁଖ୍ୟ ରାସ୍ତା ରେ ବୁଲି ବୁଲି ଲୋକଙ୍କୁ ସଚେତନ କରାଇଥିଲା । ଏଥିରେ ୟୁଥ୍ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର , ଅଧ୍ୟକ୍ଷ ବନମାଳୀ ନେପାକ, ଉପଧ୍ୟକ୍ଷ କେ.ରମେଶ ରାଓ, ଯୁଗ ସମ୍ପାଦକ ତ୍ରିଲୋଚନ ବେହେରା, ପରାମର୍ଶଦାତା ଆୟୁବ ଖାନ୍, ରାଜେଶ କୁମାର ସାହୁ ଓ ଚୈତନ୍ୟ ପ୍ରଧାନ, ସମାଜସେବୀ ସଂଜିତ୍ କୁମାର ରାଉଳ, ସନ୍ତୋଷ ରାଓଳ ମଙ୍ଗଳା ବେହେରା , ପଙ୍କଜ କୁମାର ପାଣିଗ୍ରାହୀ , ରବିନ୍ଦ୍ର ଦାଶ , ଜି. ଜନାର୍ଦ୍ଦନ ରାଓ ଙ୍କ ସମେତ ବହୁ ଜନସାଧାରଣ ସାମିଲ ଥିଲେ । ଦୁଇ ଯମ ବେଶଧାରୀ ଗୋବିନ୍ଦ ରେଡ୍ଡୀ ଓ ପଦ୍ମା ମୁଳି ଅମାନିଆ ମାନଙ୍କୁ କରୋନା ଉପରେ ସଚେତନତା କରାଇ ମାସ୍କ ବାଣ୍ଟି ଥିଲେ ।


