ପରିଶ୍ରମ ହିଁ ସଫଳତାର ଚାବିକାଠି

କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଅନ୍ତର୍ଗତ ଗନମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କୁବେର ଚନ୍ଦ୍ର ନାଏକ ଏଥିରେ ସଭାପତିତ୍ବ କରି ବିଦ୍ୟାଳୟ ର ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ପରେଶ ପଟେଲ ମୁଖ୍ୟ ଅତିଥି, ଗୈାରାଙ୍ଗ କୁସୁମ ମୁଖ୍ୟ ବକ୍ତା, ଗୋବର୍ଦ୍ଧନ ବାଘ ସରପଞ୍ଚ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରମୋଦ ନାଏକ, ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, ସୁଶ୍ରୀ ନୀଳାନ୍ଦ୍ରୀ ପଟେଲ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁମନ୍ତ ପୃଷେଠ,କିଶୋର ଚନ୍ଦ୍ର ପୃଷେଠ, ସନ୍ତୋଷ ନାଏକ,ଅବିଲ ମାଝୀ, ସନ୍ତୋଷ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ କହିଥିଲେ ଯେ, ଦିର୍ଘ ୬୫ ବର୍ଷ ପୂର୍ବେ ୧୯୫୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଆଜି ପ୍ରଥମଥର ପାଇଁ ବାର୍ଷିକ ଉତ୍ସବ ପାଳନ କରି ପିଲାମାନଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଗୁଣାବଳି ର ବିକାଶ ପାଇଁ ଉଦ୍ୟମ କରିଛି। ଏହାଛଡା ମଣିଷର ଚରିତ୍ର ଗଠନ ପ୍ରଥମିକ ସ୍ତରରୁ ଆରମ୍ଭ ହୋଇଥିବାବେଳେ ଶୃଙ୍ଖଳା ହିଁ ତାକୁ ଶିର୍ଷ ସ୍ଥାନକୁ ପହଞ୍ଚାଇଥାଏ। ତେଣୁ ପିଲାମାନେ ବଣ ମଲ୍ଲି ନ ହୋଇ ବଗିଚାର ମଲ୍ଲି ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରଦୀପ ପଟେଲ ପରିଚାଳନା କରିଥିବାବେଳେ,ଶେଷରେ ସହକାରୀ ଶିକ୍ଷୟିତ୍ରୀ ନମିତା କିସାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଅବିଲ ମାଝୀ,ମଦନ ମାଝୀ,ଇଶ୍ଵର ପ୍ରଧାନ, ଲୋକନାଥ ମାଝୀ, ପ୍ରତାପ ସୁନାନୀ,ପ୍ରଭାକର ମାଝୀ,ଶୈଲେନ୍ଦ୍ର ପ୍ରଧାନ,ଜୟନାରାୟଣ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ