ପରିଶ୍ରା କରିବାରୁ ଶିଶୁକୁ ଛୁରୀରେ ଆକ୍ରମଣ ଅଭିଯୋଗ
ବେଙ୍ଗାଲୁର: କର୍ଣ୍ଣାଟକର ଚିକମ୍ମାଗଲୁରୁ ଜିଲ୍ଲାର କର୍ମାକି ଗ୍ରାମର ଏକ ଅଙ୍ଗନବାଡି କେନ୍ଦ୍ରରେ ୩ ବର୍ଷର ଶିଶୁ ନିଜର ପ୍ୟାଣ୍ଟରେ ପରିସ୍ରା କରିଦେବାରୁ ତାଙ୍କୁ ଅଙ୍ଗନବାଡି କର୍ମୀ ଶିଶୁଟିକୁ ଡରାଇବା ସହ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖବର ରୁ ଜାଣିବାକୁ ମିଳିଛି ଯେ ଅଙ୍ଗନବାଡି କେନ୍ଦ୍ରରେ ଅମିତ ନାମକ ଜଣେ ୩ ବର୍ଷର ଶିଶୁ ପରିସ୍ରା କରିଦେବାରୁ ଅଙ୍ଗନବାଡି ଦିଦି ଅମିତଙ୍କୁ ଛୁରୀରେ ମୁଣ୍ଡରେ ଆଘାତ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି ।