ପରୀକ୍ଷା କେନ୍ଦ୍ର ତତ୍ୱାବଧାରକଙ୍କ ବୈଠକ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ମୟୁରଭଞ୍ଜ ଜିଲ୍ଲାର ଚଳିତ ବର୍ଷ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ବୋର୍ଡ଼ ପରୀକ୍ଷା ଆସନ୍ତା ୨୧ତାରିଖରୁ ଅନୁଷ୍ଠିତ ହେଉଥିବାରୁ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ର ତତ୍ୱାବଧାରକ ମାନଙ୍କର ବୈଠକ ସ୍ଥାନୀୟ ମହାରାଣୀ ପ୍ରେମ କୁମାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇ ପରୀକ୍ଷାକୁ ସୁଚାରୁରୂପେ ସମ୍ପାଦନ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ. ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ କୁମାର ପାତ୍ର ପରୀକ୍ଷାର ବାସ୍ତବ ଚିତ୍ର ଉପରେ ଆଲୋଚନା କରି ପରୀକ୍ଷା ପଦ୍ଧତି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ. ଚଳିତ ବର୍ଷ ଜିଲ୍ଲା ରେ ୨୧ଟି ନୋଡାଲ ସେଣ୍ଟର ତଥା ୧୭୬ଟି ପରୀକ୍ଷା କେନ୍ଦ୍ର ରେ ମୋଟ 5ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି. ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ବୋର୍ଡ଼ର ସମସ୍ତ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ. କୃତି ଶିକ୍ଷକ ଡକ୍ଟର ଶଶୀଧର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ. ବୈଠକରେ ଜିଲ୍ଲାର ୨୧ଟି ନୋଡାଲ ସେଣ୍ଟରର କେନ୍ଦ୍ର ତତ୍ୱାବଧାରକଙ୍କ ସହିତ ୧୭୬ଟି ପରୀକ୍ଷା କେନ୍ଦ୍ରର ତତ୍ୱାବଧାରକ ମାନେ ଉପସ୍ଥିତ ଥିଲେ.