ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଭୁବନେଶ୍ୱର (ୱାଇଏନ୍‌ଏସ୍‌): କରୋନାର ଦ୍ୱିତୀୟ ଲହର ପରଠାରୁ ଦୀର୍ଘ ମାସ ଧରି ବନ୍ଦ ରହିବା ପରେ ଆଜି ଖୋଲିଲା ଭିତରକନିକା । ଅଗଷ୍ଟ ମାସର ଗାଇଡଲାଇନ ଆସିବା ପରେ ବନବିଭାଗ ତରଫରୁ ଆଜି ଭିତରକନିକା ଖୋଲାଯାଇଛି। ତେବେ ଦିନ ବେଳା ପର୍ଯ୍ୟଟକମାନେ ଯାଇ ଭିତରକନିକା ବୁଲିପାରିବେ। ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ମିଳିନି । ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତି ନିଆଯିବ ବୋଲି ଜଣାଯାଇଛି। । ଏ ନେଇ ଭିତରକନି କର୍ତ୍ତୃପକ୍ଷ କହିଛନ୍ତି, ଦୀର୍ଘ ଦିନ ବନ୍ଦ ରହିବା ପରେ କରୋନା ଗାଇଡଲାଇନ୍‌ କୋହଳ ହେବା ପରେ ଆଜିଠୁ ଭିତରକନିକା ଖୋଲାଯାଇଛି। କୋଭିଡ ଗାଇଡଲାଇନ୍‌ ପାଳନ କରି ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇ ଭିତରକୁ ଛଡ଼ାଯିବ । ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷେ ବନ ବିଭାଗ ଅଧିକାରୀ କହିଛନ୍ତି, ପୂର୍ବରୁ ୫୦ % ଯାତ୍ରୀଙ୍କ ପ୍ରବେଶ ପାଇଁ ଗାଇଡଲାଇନ୍‌ ଥିବା ବେଳେ ଏବେ ସେପରି କୌଣସି ନିର୍ଦ୍ଦେଶନାମା ପାଇନୁ। ତେଣୁ ବୋଟ କ୍ଷମତା ଅନୁଯାୟୀ ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ। କିନ୍ତୁ କୋଭିଡ ଗାଇଡଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବ । ଜ୍ୱର, କାଶ, ଥଣ୍ଡା ହୋଇଥିଲେ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ। । ଦିନ ଭିତରେ ଯାତ୍ରୀ ଯିବା ଆସିବା କରିବେ। ରାତି ପାଇଁ କିଛି ଗାଇଡ଼ଲାଇନ୍‌ ଆସି ନ ଥିବାରୁ ରାତ୍ରୀରେ ପର୍ଯ୍ୟଟକ ଯାଇପାରିବେ ନାହିଁ। କୋଭିଡ ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ