ପର୍ସ ହଜିବା ପରେ ଆକାଉଣ୍ଟକୁ ଆସିବାରେ ଲାଗିଲା ଟଙ୍କା

ବେଳେବେଳେ ପର୍ସ ହଜିବା କିମ୍ବା ଚୋରି ହେଉଥିବା ଶୁଣିଥିବେ । କିନ୍ତୁ ପର୍ସ ହଜିବା ପରେ ଆଉ ମିଳିବ ବୋଲି ଖୁବ୍ କମ୍ ଆଶା ଥାଏ । ମାତ୍ର ଜଣେ ବ୍ୟକ୍ତିଙ୍କର ପର୍ସ ହଜିବା ପରେ ତାଙ୍କ ଆକାଉଣ୍ଟକୁ ଥରକୁ ଥର ଟଙ୍କା ଆସିବାରେ ଲାଗିଲା । ଘଟଣା ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ ରହୁଥିବା ଟିମ୍ କ୍ୟାମରନ୍‌ଙ୍କ କ୍ଷେତ୍ରରେ । ଦିନେ ସେ ଅଫିସରୁ କାମ ସାରି ଘରକୁ ଫେରୁଥିବାବେଳେ ରାସ୍ତାରେ ତାଙ୍କ ପର୍ସ ହଜିଯାଇଥିଲା । ଏଥିରେ କିଛି ଟଙ୍କା ଏବଂ ଏଟିଏମ୍ କାର୍ଡ ମଧ୍ୟ ଥିଲା । କିନ୍ତୁ ପର୍ସଟିକୁ ଜଣେ ସଚ୍ଚୋଟ ଲୋକ ପାଇଥିଲେ । ବ୍ୟକ୍ତି ଜଣଙ୍କ କ୍ୟାମରନ୍‌ଙ୍କ ସନ୍ଧାନ ପାଇଁ ଅନ୍‌ଲାଇନ୍ ବ୍ୟାକିଂର ସହାୟତା ନେଇଥିଲେ ।
ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣଙ୍କ କ୍ୟାମରନ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରେ ୪ ଥର ଟଙ୍କା ଜମା କରିଛନ୍ତି । ଏଥିସହ ପ୍ରତିଥର କ୍ୟାମରନ୍‌ଙ୍କ ନିକଟକୁ ନୂଆ ନୂଆ ତଥ୍ୟ ଆସିଥାଏ । ବ୍ୟକ୍ତି ଜଣଙ୍କ ଶେଷରେ ଏଥିରେ ଏକ ଫୋନ୍ ନମ୍ବର ଲେଖି କ୍ୟାମରନ୍‌ଙ୍କ ନିକଟକୁ ପଠାଇଥିଲେ । କ୍ୟାମରନ୍ ଫୋନ୍ କରି ତାଙ୍କଠାରୁ ସମସ୍ତ କଥା ବୁଝି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆରେ ପର୍ସର ଫଟୋ ସହ ଜମା ରସିଦ ଶେୟାର କରିଥିଲେ । ଏହା ଦେଖି ୟୁଜରମାନେ ତାଙ୍କୁ ନାନା ପ୍ରଶ୍ନ ପଚାରିବାରେ ଲାଗିଲେ । ତୁମେ କ୍ୟାମରନ୍‌ଙ୍କ ପତ୍ତା କେମିତି ପାଇଲ? ତାଙ୍କ ପାଖକୁ ଟଙ୍କା କିପରି ପଠାଇଲ? ଏହାର ଉତ୍ତରରେ ସେ କହିଛନ୍ତି, ବ୍ରିଟେନ୍‌ର କାର୍ଡ ଉପରେ ବ୍ୟାଙ୍କର ସବିଶେଷ ତଥ୍ୟ ରହିଥାଏ, ଯେଉଁଥିରୁ ସେ ଜାଣିବାକୁ ପାଇଥିଲେ । ଆଉ ଏହା ସହାୟତାରେ କ୍ୟାମରନ୍‌ଙ୍କ ପର୍ସରେ ଥିବା ଅର୍ଥ ତାଙ୍କୁ ଫେରାଇ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ