ଧନତେରାସ୍ରେ ଧନ ପ୍ରାପ୍ତିର ଉପାୟ
ଦୀପାବଳି ଅମାବାସ୍ୟା ପୂର୍ବରୁ ପଡୁଥିବା ତ୍ରୟୋଦଶୀକୁ ଧନତେରାସ୍ ଭାବେ ପାଳନ କରାଯାଇଥାଏ । ଏହି ଦିନ ପ୍ରଭୁ ଧ୍ୱନନ୍ତରୀ ଜନ୍ମଗ୍ରହଣ କରିଥିବାରୁ ଏହାକୁ ଧନ୍ୱନ୍ତରୀ ଜୟନ୍ତୀ ମଧ୍ୟ କୁହାଯାଇଥାଏ । ଧନ ତେରାସ୍ରେ ମହାଲକ୍ଷ୍ମୀଙ୍କ କୃପା ଲାଭ ପାଇଁ ଶାସ୍ତ୍ରରେ କେତେକ ସହଜ ଉପାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏହି ଦିନ ସକାଳେ ସ୍ନାନ ପରେ ତିନିଟି ଗୁଆ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ଏଥିରେ କୁଙ୍କୁମ ଲଗାଇ ଗୁଆଘିଅ ଦୀପ ଜଳାଇ “ଓଁ ଶ୍ରୀଂ ଶ୍ରୀୟୈ ନମଃ ଶ୍ରୀଂ ଓଁ’ ମନ୍ତ୍ର ୧୦୮ ଥର ଜପିଲେ ମାତା ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ସେହିପରି ଦିନରେ ଶ୍ରୀସୂକ୍ତ ପାଠ କରିବା ସହିତ କୁମାରୀ କନ୍ୟାଙ୍କୁ ମିଠା ଖାଇବାକୁ ଦେଲେ ଘରେ ମହାଲକ୍ଷ୍ମୀଙ୍କ କୃପାଦୃଷ୍ଟି ପଡ଼ିଥାଏ । ସେହିପରି ଏହି ଦିନ ସନ୍ଧ୍ୟାରେ ସାତଟି ଅକ୍ଷତ ନେଇ ଏହାକୁ ହଳଦୀ, କୁଙ୍କୁମ, କେଶରରେ ମିଶାଇ ଓସ୍ତ ପତ୍ର ଉପରେ ରଖି ମହାଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର ସ୍ଫଟିକମାଳାରେ ଏକ ମାଳା ଜପିଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ । ସେହିପରି ରାତିରେ ମହାଲକ୍ଷ୍ମୀଙ୍କ ସମ୍ମୁଖରେ ତିନିଟି ଘିଅ ଦ୍ୱୀପ ଜଳାଇ ଗୋମତୀ ଚକ୍ର, ଦକ୍ଷିଣାବର୍ତ୍ତ ଶଙ୍ଖ, ଲବଙ୍ଗ ଆଦି ରଖି ଧଳା ମିଠା ଭୋଗ ଲଗାଇଲେ ମା’ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ।


