ପଲସଦା ଠାରେ ଆଇକାଡ଼ା ତରଫରୁ କୃଷକ କ୍ଷେତ୍ର ଦିବସ ପାଳିତ

ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ପଲସଦା ଗ୍ରାମରେ ଅନ୍ତର ଜାତୀୟ ସୁସ୍କାଅଂଚଳ କୃଷି ଗବେଷଣା କେନ୍ଦ୍ର (ଆଇକାଡ଼ା ) ଅନୁଷ୍ଠାନ ତରଫରୁ କୃଷକ କ୍ଷେତ୍ର ଦିବସ ପାଳିତ ହୋଇଅଛି। ଉକ୍ତ କ୍ଷେତ୍ର ଦିବସରେ ଆଇକାଡାର ଦିଲ୍ଲୀ କାର୍ଯ୍ୟାଲୟର ଭାରତ ଚାଇନା କ୍ଷେତ୍ରୀୟ ଅଧିକାରୀ ଡି.ଆର. ଶିବ କୁମାର ଅଗ୍ରୱାଲ,ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଡି.ଆର.କିଶୋର କୁମାର ବେହେରା, ବୈଜ୍ଞାନିକ ଡି.ଆର ସୂର୍ଯ୍ୟକାନ୍ତା, କଶ୍ୟପ.ଇକାର୍ଡ଼ର କ୍ଷେତ୍ରୀୟ ସହଯୋଗୀ ସଂସ୍ଥା (ସି.ସି.ଡବ୍ଲୁ.ଡି)ର ମୁଖ୍ୟ କାର୍ଯ୍ୟ କର୍ତ୍ତା ସଦାଶିବ ସ୍ୱାଇଁ, ପ୍ରୋଜେକ୍ଟ ସଂଯୋଜିକା ଡି.ଆର.ମହାଶ୍ଵେତା ସାମଲ, ଜ଼ିଲ୍ଲା ସଂଯୋଜକ ହରିଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହିବା ସହିତ ଜ଼ିଲ୍ଲା କୃଷି ବିଭାଗ ତରଫରୁ ସ୍କୀମ ଅଧିକାରିଣୀ ଦୀପାଶ୍ରୀ ମଣ୍ଡଳ,ନୂଆପଡା ବ୍ଲକ କୃଷି ଅଧିକାରୀ ସତ୍ୟ ନାଗ, ସହକାରୀ କୃଷି ଅଧିକାରୀ ଆଶିଷ କୁମାର ମେହେର,ବୋଡେ଼ନ ବ୍ଲକ କୃଷି ଅଧିକାରୀ ଦୁଃଖୀରାମ ଟୁଡୁ,ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡି.ଆର ଲବ ସୁରେନ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ଉପସ୍ଥିତ କାର୍ଯ୍ୟ କର୍ତ୍ତା ମାନଙ୍କ ମଧ୍ୟରୁ ସଦାଶିବ ସ୍ୱାଇଁ ସ୍ୱାଗତ ଭାଷଣ ଦେବା ସହିତ ମହାଶ୍ୱେତ ସାମଲ ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ର ଉପସ୍ଥାପନା କରିଥିଲେ। ଡ଼ି.ଆର. ସୁରେନ ସଂକ୍ଷେପରେ ରାଇସ ଫେଲୋ ବିଷୟରେ ଉପସ୍ଥାପନା କରିଥିଲେ। ଡ଼ି.ଆର. ଅଗ୍ରୱାଲ ସ୍କିମ ରାଇସ ଫେଲୋ ଦ୍ୱାରା ଚାଷୀ କିପରି ଲାଭବାନ ହୋଇ ପାରିବେ ସେ ବିଷୟ ରେ ପରାମର୍ଶ ଦେଇଥିଲେ.I କେଭିକେ ର ଡି.ଆର.ସୁରେନ ଧାନ ପରବର୍ତୀ ଖାଲି ପଡ଼ିଥିବା କ୍ଷେତରେ ଡାଲି ଶସ୍ୟ ତଥା ତୈଳ ବୀଜ ଚାଷ କରି ଚାଷୀ ମାନେ ଲାଭବାନ ହୋଇପାରିବେ ମତ ପ୍ରକାଶ କରିଥିଲେ ।ତତ ସହିତ କୀଟ ପୋକ ନିଅନ୍ତ୍ରଣ ବିଷୟରେ ମଧ୍ୟ ଉପସ୍ଥାପନା କରିଥିଲେ। ଜ଼ିଲ୍ଲା ସ୍କିମ୍ ଅଧିକାରିଣୀ ରାଇସ ଫେଲୋ ର ଆବଶ୍ୟକତା ତଥା ରାଜ୍ୟ କୃଷି ବିଭାଗ ଓ ଇକାର୍ଡ ର ସହ ଭାଗିତାରେ କାର୍ଯ୍ୟକାରି ହୋଇ ପାରୁଛି ଏବଂ ଅମଳ ପରେ ବିକ୍ରୟ ବ୍ୟବସ୍ତା ତଥ୍ୟ ରଖିବା ସହିତ ଶ୍ରୀଯୁକ୍ତ ଟୁଡୁ ଆଜିର କାର୍ଯ୍ୟକ୍ରମ ତଥା ଚାଷୀର ଲାଭ ଊନତି ବିଷୟରେ ଆଲୋକପାତ କରିଥିଲେ।. ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କ ସହିତ ଚାଷ କ୍ଷେତ୍ର ପରିଦର୍ଶନ କରିବା ସହିତ ଫସଲ ସମନ୍ଦିୟ ଗୁଣବତ୍ତା ବିଷୟରେ ଆଲୋଚନା କରିଥିଲେ। ଉପସ୍ଥିତ ଚାଷୀ ଭାଇ ଭଉଣୀ ମାନେ ଇକାର୍ଡ ଦ୍ୱାରା ପ୍ରଦତ ସମସ୍ତ ବିହନ ଖତ,ସାର, ଔଷଧକୁ କିପରି ବିନିଯୋଗ କରି ଉପକୃତ ହୋଇଛନ୍ତି ତାର ମତ ରଖିବା ସହିତ ଇକାର୍ଡ଼ ଦ୍ୱାରା ପ୍ରତି ବର୍ଷ ଏପରି କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ଚାଷୀ ଭାଇ ଭଉଣୀ ମାନେ ଅନୁରୋଧ କରିଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ତତ ସହିତ କ୍ଷେତ୍ର ଦିବସ ଉପଯୁକ୍ତ ହିସାବରେ ପାଳିତ ଏବଂ ଜିଲାରେ ରାଇସ ଫେଲୋ କାର୍ଯ୍ୟ କ୍ରମର ସୁପରିଚାଳନା ହେତୁ ଜ଼ିଲ୍ଲା ସଂଯୋଜକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଜ଼ିଲ୍ଲା ସଂଯୋଜକ ହରିଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ସମସ୍ତ ବର୍ଗର କର୍ମ କର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ ସହିତ ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟ କ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିବା-ବ୍ଲକସଂଯୋଜ,ପ୍ରକାଶ ସଗରିଆ,ଉତ୍ତମ ବିଶ୍ଵାଳ,ବିଜୟ ସଲମା,କେଶବ ସାହୁ,ଧନୁ ଭୋଇ,ତତ ସଙ୍ଗେ ସମସ୍ତ ସହଯୋଗ ଦେଇଥିବା କ୍ଲଷ୍ଟର ସଂଯୋଜକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବାସହିତ କାର୍ଯ୍ୟ କ୍ରମକୁ ସ୍ଥଗିତ ରଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ