ପଲିଥିନି ଖଣ୍ଡିଏ ପାଇଁ ମାସେ ହେଲା ତହସିଲ ଦୌଡୁଛନ୍ତି ବିଧବା ରଙ୍ଗ ଜେନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି । ହେଲେ ସେହିସବୁ ଯେଯାଜନାର ସୁଫଳ ଲୋକମାନେ ପାଇପାରୁ ନାହାନ୍ତି । ଅଧିକାରୀ ମାନଙ୍କ ଖାମଖିଆଳଇ ପାଇଁ ଗରିବ ଲୋକମାନେ କାର୍ଯ୍ୟାଳୟକୁ ଦୌଡି ନୟାନ୍ତ ହେଉଛନ୍ତି । ବିଶେଷକରି ହାଟଡିହି ତହସିଲ କାର୍ଯ୍ୟାଳୟରେ ଏପରି ଅବସ୍ଥା ନିୟମିତ ଦେଖିବାକୁ ମିଳୁଛି । ଆଜି ପନ୍ଦାଡୋ ପଞ୍ଚାୟତର ଜଣେ ମହିଳା ତହସିଲ କାର୍ଯ୍ୟାଳୟ ପରିସରରେ ପାଟିି ତୁଣ୍ଡ କରୁଥିଲେବି କେହି ତାଙ୍କ କଥାକୁ ଶୁଣୁନଥିବା ଦେଖିବାକୁ ମିଳିଥିଲା । ପନ୍ଦାଡୋ ଗ୍ରାମର ରଙ୍ଗ ଜେନା ନାମକ ଜଣେ ବିଧବା ମହିଳାଙ୍କ ଅଭିଯୋଗ ଅନୁଯାଇ ଗତ ମାସେ ତଳେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ଚାଳଘରର ଛପର ଉଡିଯିବା ପରେ ଘରେ ପାଣୁପଡି କାନ୍ଥ ସବୁ ଭାଙ୍ଗଯିବା ଉପରେ । ସେ ଏହି ଭଙ୍ଗା ଘରଟିରେ ନିଜର ଦୁଇ ନାତି ନାତୁଣୀଙ୍କୁ ଧରି ରହୁଛନ୍ତି । ଏଥିପାଇଁ ସେ ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଜଣାଇବା ପରେ ତାଙ୍କ ପରାମର୍ଶ କ୍ରମେ ତହସିଲ କାର୍ଯ୍ୟାଳୟକୁ ଆସି ଜଣାଇବା ସହିତ ସଢ଼ା ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଥିଲେ । ସଢ଼ା ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ କାହିଁକି ଛପର ନକଲ ବୋଲି ପଚାରିଥିଲେ । ରଙ୍ଗ ଛପର କରିନପାରିବା ସମ୍ପର୍କରେ ଜଣାଇ ପଲିଥିନି ଖଣ୍ଡିଏ ପାଇଁ ନିବେଦନ କରିଥିଲେ । କାଲି ସୁଧା ଯାଇ ତହସିଲରୁ ପଲିଥିନି ଆଣିବ ବୋଲି ରାଜସ୍ୱ ନିରୀକ୍ଷକ କହିଥିଲେ । କିନ୍ତୁ ମାସେ ହେଳା ବାରମ୍ବାର ତହସିଲକୁ ଦୌଡୁଥିଲେବି ତହସିଲ କର୍ତ୍ତୁପକ୍ଷ କେହି ଶୁଣୁ ନଥିବା ରଙ୍ଗ ଜେନା ଅତି କ୍ଷୋଭର ସହ କହିଛନ୍ତି । ମାସେ ହେଲା ଚାଲି ଚାଲି ୬/୭କିଲୋମିଟର ଦୁର ଆସି ନିରାଶରେ ଫେରୁଥିବାରୁ ସରକାରଙ୍କ ଏହି ବିଧିବ୍ୟବସ୍ଥା ଉପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ଜଣେ ମହିଳାଙ୍କୁ ଏମାନେ ଏପରି ଠକୁଛନ୍ତି ଅନ୍ୟମାନଙ୍କୁ କଣ କରୁନଥିବେ ବୋଲି ସେ କହିଛନ୍ତି । ପଲିଥିନି ଖଣ୍ଡିଏ ଯୋଗାଇ ଦେବାକୁ କେନ୍ଦୁଝର ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ଦେବାକୁ ରଙ୍ଗ ଜେନା ନିବେଦନ କରିଛନ୍ତି । ଏ ସମ୍ପର୍କରେ ସଢ଼ା ରାଜସ୍ୱ ନିରୀକ୍ଷକ ପ୍ରଜ୍ଞା ପରମିତା ସାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ଜାଣିବାପରେ ଆମେ ସେହି ବ୍ୟକ୍ତିଙ୍କୁ ପଲିଥିନି ଦେବାପରେ ସେହି ଗ୍ରାମରୁ ୧୦/୧୫ଜଣ ମହିଳା ଆସିଥିଲେ ପଲିଥିନି ପାଇଁ । ମୁଁ ସେହିସବୁ ଘର ଗୁଡିକୁ ତଦନ୍ତ କରିବାପରେ ବାସ୍ତବ ପକ୍ଷେ କେହି ପାଇବାକୁ ଯାଗ୍ୟ ନୁହଁ ବୋଲି ଦେଖିଥିଲି ବୋଲି କହିଛନ୍ତି ।