ପଲ୍ଲୀବିକାଶ, ପୋଡଙ୍ଗି ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ବ୍ଲକ ପୋଡଙ୍ଗି ଗ୍ରାମର ଉନ୍ନତି ନିମନ୍ତେ ଗଠିତ ମୁମ୍ବାଇ ସ୍ଥିତ ପୋଡଙ୍ଗି ବିକାଶ ମଂଚ ର ସହାୟତାରେ ପଲ୍ଲୀବିକାଶ, ପୋଡଙ୍ଗି ଦ୍ଵାରା ପୋଡଙ୍ଗି ଗ୍ରାମରେ ସପ୍ତାହ ବ୍ୟାପୀ ବୃକ୍ଷରୋପଣ ଆୟୋଜନ କରାଯାଇଥିଲା କାର‌୍ୟ୍ୟକ୍ରମର ଉଦଯାପନ ଉତ୍ସବ ରବିବାର ଅନୁଷ୍ଠିତ ହୋଇସାରିଛି । ଉଦଯାପନ ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣର ମହତ୍ତ୍ଵ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ବେଲ, ଅଁଳା, ଜାମୁକୋଳି, ନିମ ପରି ଔଷଧୀୟ ବୃକ୍ଷ ସହିତ ଅର୍ଜୁନ ଓ ଅନ୍ୟାନ୍ୟ ବିଭିନ୍ନ କିସମର ଛାୟା ପ୍ରଦାନ କାରୀ ଷାଠିଏ ଗୋଟି ବୃକ୍ଷରୋପଣ କରାଯାଇଛି। ଏତଦବ୍ୟତୀତ ଗ୍ରାମର ପ୍ରସିଦ୍ଧ ଶୈବପୀଠରେ ବେଲ ଓ ଅଁଳାର କୋଡିଏ ଗୋଟି ବୃକ୍ଷରୋପଣ କରାଯାଇଛି। ପଲ୍ଲୀବିକାଶ ପଡିଆରେ ପନ୍ଦର ଗୋଟି ଗଛ ପୋଡଙ୍ଗି ଗ୍ରାମର ବୟୋଜ୍ୟେଷ୍ଠ,ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ କରକମଳରେ କାର‌୍ୟ୍ୟକ୍ରମର ଆୟୋଜନ କରାଯିବା ସହ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କୁ ନିଜର ଅଦରକାରୀ ପଡିଆ ଜମିରେ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ସୃଷ୍ଟି କରିବା ପାଇଁ ୧୦୦ଟି ବିଭିନ୍ନ କିସମର ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୋଡଙ୍ଗି ବିକାଶ ମଂଚର କାର‌୍ୟ୍ୟକର୍ତା ଅରୁଣ କୁମାର ପାଠୀ, ପଲ୍ଲୀବିକାଶ ର ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ସଞ୍ଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଚିନ୍ତାମଣି ବେହେରା, ଯୁଗ୍ମ ସମ୍ପାଦକ ଆଲୋକ କୁମାର ନାୟକ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଯୋଗୁଁ ପୋଡଙ୍ଗି ବିକାଶ ମଂଚର ସଂଯୋଜକ ଅରୁଣ କୁମାର ପାଢୀ, ସଭାପତି କାହ୍ନୁଚରଣ ଚରଣ ସାହୁ, ସମ୍ପାଦକ ଅଶ୍ଵିନୀ କୁମାର ସାହୁ, କୋଷାଧ୍ୟକ୍ଷ ରଞ୍ଜୀବ ପାଣିଗ୍ରାହୀ ଙ୍କୁ ପଲ୍ଲୀବିକାଶ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସ୍ଵେଚ୍ଛାସେବୀ ସର୍ବଶ୍ରୀ ମହାଦେବ ସାହୁ, ବିଚିତ୍ର ବେହେରା, ଆକାଶ କୁମାର ବେହେରା, ଜଗନ୍ନାଥ ଗୌଡ, ସିପୁନ ସାହୁ, ଅମିତ ବେହେରା, ପ୍ରକାଶ ବେହେରା, ସଂଜୟ ନାୟକ, ଚିନ୍ମୟ ସାହୁ, ନିରଂଜନ ଗୌଡ,ବିମଳ ବେହେରା, ଦୀପକ ଗୌଡ,ବିମଳ ସାହୁ, ବିକାଶ ଗୌଡ, ନିଳାଚଳ ବେହେରା,ରବିନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ