ପାଇକ ଆନ୍ଦୋଳନର ମୁଖ୍ୟକର୍ଣ୍ଣାଧାର ଥିଲେ ଶହୀଦ୍ ଜୟୀ ରାଜଗୁରୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଭାରତର ପ୍ରଥମ ଶହୀଦ୍‌, ପାଇକ ଆନ୍ଦୋଳନର ମୁଖ୍ୟପୁରୋଧା ଅଦିତୀୟ ବୀର ଜୟୀ ରାଜଗୁରୁଙ୍କର ୨୧୬ତମ ବଳିଦାନ ଦିବସ ସ୍ଥାନୀୟ ପ୍ରତିମୂର୍ତି ଏଜି ଛକଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବାଗ୍ମୀ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଜୟୀ ରାଜଗୁରୁ ଥିଲେ ଭାରତର ପ୍ରଥମ ଶହୀଦ୍ ତଥା ଅଦିତୀୟ ଯୋଦ୍ଧା ତଥା ଇଂରେଜମାନଙ୍କ କବଳରୁ ଦେଶ ମାତୃକାକୁ ରକ୍ଷା କରିବା ପାଇଁ ତାଙ୍କ ଅବଦାନ ଥିଲା ଅତୁଳନୀୟ । ବକ୍ସି ଜଗବନ୍ଧୁ ପ୍ରମୁଖ ପାଇକ ବୀରମାନଙ୍କୁ ଏକତ୍ରୀତ କରି ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ପାଇକ ବିଦ୍ରୋହ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମର ମୂଳ ବୀଜ ରୋପଣ କରିଥିଲେ । ତାଙ୍କ ଦେଶଭକ୍ତି, ବୀରତ୍ୱ ତଥା ଆତ୍ମବଳୀଦାନର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ୱିବେଦୀ, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ରମେଶ ଚନ୍ଦ୍ର ପାତାଲ ସିଂହ, ବ୍ରଜବନ୍ଧୁ ପରିଡ଼ା, ନାରାୟଣ ଓଝା, ରୋହିତ କୁମାର ପ୍ରମୁଖ ଉପସ୍ଥିତ ରହିବା ସହ ସ୍ମୃତିଚାରଣ କରିଥିଲେ ବୋଲି ମୁଖ୍ୟପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ