ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ, ନୱାଜ ସରିଫ୍ ଗୁରୁତର
ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଲାହୋର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସରିଫ୍ ଆଜି ପୁଣି ହୃଦଘାତ ହୋଇଛି । ସରିଫ୍ ଓକିଲ ଖ୍ୱାଜା ହାରିସ କହିଛନ୍ତି ଯେ, ସରିଫ୍ ପୂର୍ବରୁ ମୃଦୁ ହୃଦଘାତର ଶିକାର ହୋଇଥିଲେ ଏବଂ ଗତରାତିରେ ତାଙ୍କୁ ପୁଣି ହୃଦଘାତ ହୋଇଛି । ଲାହୋର୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ଡାକ୍ତର ମାମୁଦ୍ ଆୟାଜଙ୍କ ସୂଚନା ଅନୁସାରେ, ସରିଫ୍ ରକ୍ତରେ ପ୍ଲେଟ୍ଲେଟ୍ କାଉଣ୍ଟ ଦ୍ରୁତ ଭାବେ ହ୍ରାସ ପାଉଛି ଏବଂ ଏହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ବଢ଼ାଇ ଦେଇଛି ।