ପାକିସ୍ତାନ ରେ ଘୋର ଆର୍ଥିକ ସଙ୍କଟ, ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ରହିବେ ଇମରାନ୍ ଖାନ୍
(ଯୁଗାବ୍ଦ ନ୍ୟୁଜ୍):ପାକିସ୍ତାନରେ ଘୋର ଅର୍ଥନୈତିକ ସଙ୍କଟ ଦେଖାଦେଇଛି ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଅର୍ଥକାଟ କରିବାକୁ ଯାଇ ହୋଟେଲ ବଦଳରେ ପାକିସ୍ତାନ ଦୂତାବାସରେ ଅବସ୍ଥାନ କରିବେ ତେବେ ସେ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି। ତେବେ ଆମେରିକା ଗୁଇନ୍ଦା ସଂସ୍ଥା ଓ ସହର ପ୍ରଶାସନ ଇମ୍ରାନଙ୍କ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି। ସୂଚନାଯୋଗ୍ୟ, ଆମେରିକାକୁ ପ୍ରତିବର୍ଷ ଶହ ଶହ ରାଷ୍ଟ୍ରର ନେତା ଆସି ବିଭିନ୍ନ ହୋଟେଲରେ ରହିଥାନ୍ତି। ତେବେ ସାଧାରଣ ଲୋକ ଯେମିତି ଭିଆଇପିଙ୍କ ଗସ୍ତ ବେଳେ ପ୍ରଭାବିତ ନହୁଅନ୍ତି ସେଥିପାଇଁ ସହର ପ୍ରଶାସନର ଅନୁମତି ନେଇଥାଏ ଆମେରିକା ସରକାର। ଅତିଥିଙ୍କ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ଆମେରିକା ସରକାର ଏବଂ ସହର ପ୍ରଶାସନ ମିଳିତ ଭାବରେ ଏହି ଦିଗରେ କାମ କରନ୍ତି। ପାକିସ୍ତାନ ଦୂତାବାସ ଓ୍ୱାଶିଂଟନର ଡିପ୍ଲୋମେଟିକ ଏନକ୍ଲାଭର ମଧ୍ୟ ଭାଗରେ ରହିଛି। ଏହି ସ୍ଥାନରେ ଭାରତ, ତୁର୍କି, ଜାପାନ ସମେତ ୧୨ଟି ଦେଶର ଦୂତାବାସ ରହିଛି।