ପାକ୍‌ ବାୟୁସେନାର ଯୁଦ୍ଧ ବିମାନକୁ ଖସାଇଲା ଭାରତ

ଜାମ୍ମୁ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ପାକିସ୍ତାନର ନିଦ ହଜିଯାଇଛି। ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରମଣର ଦିନକ ପରେ ଅର୍ଥାତ ବୁଧବାର ପାକିସ୍ତାନ ବାୟୁସେନା ଆକାଶ ସୀମା ଉଲ୍ଲଂଘନ କରିଛି। ପାକ୍ବା‌ ୟୁସେନାର ଯୁଦ୍ଧ ବିମାନ ଭାରତୀୟ ସୀମାରେ ପଇଁତରା ମାରିବା ସହ ରକେଟ ମାଡ଼ କରିଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେବା ସହିତ ଲାମ ଭ୍ୟାଲି ନିକଟରେ ଉକ୍ତ ଯୁଦ୍ଧ ବିମାନକୁ ଖସାଇ ଦେଇଛି।

ସୂଚନା ମୁତାବକ, ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ବୁଧବାର ପୂର୍ବାହ୍ନରେ ପାକ୍‌ ବାୟୁସେନାର ଏଫ-୧୬ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା। ପାକ ବିମାନଟି ନଦିୟା, ଲାମ, ଝାଙ୍ଗର ଓ ଖେରିରେ ରକେଟ ମାଡ଼ କରିଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଫଳରେ ପାକ୍‌ ବାୟୁସେନା ବିମାନ ସମ୍ପୃକ୍ତ ଅଞ୍ଚଳରୁ ଫେରିଯିବାକୁ ଉଦ୍ୟମ କରିଥିଲା। ମାତ୍ର ଭାରତୀୟ ଯବାନମାନେ ଗୁଳି କରି ଭାରତୀୟ ସୀମାଠାରୁ ୩ କି.ମି. ଭିତରେ ଉକ୍ତ ବିମାନକୁ ଖସାଇବାରେ ସଫଳ ହୋଇଛନ୍ତି। ଉକ୍ତ ଯୁଦ୍ଧ ବିମାନର ପାଇଲଟଙ୍କ ଅବସ୍ଥା ସମ୍ପର୍କରେ ଜଣାପଡ଼ିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ