ପାଞ୍ଚ ଦିନିଆ ବାଦୀ ପାଲା ଅନୁଷ୍ଠିତ
ଅନୁଗୋଳ, ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗ୍ରାମରେ ପାଞ୍ଚ ଦିନିଆ ବାଦୀ ପାଲା ଅନୁଷ୍ଠିତ ହୋଇଯାଇଛି କ୍ଷ ତୁଳସୀପାଳ ଗୋଡ଼ିସାହି ପାଲା ମଣ୍ଡପରେ ରାମନବମୀ ଉପଲକ୍ଷେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସତ୍ୟ ନାରାୟଣ ପୂଜା କମିଟି ପକ୍ଷରୁ ବାଦିପାଲା ଅନୁଷ୍ଠିତ ହୋଇଯାଇଛି କ୍ଷ ଗତ ସୋମବାର ଠାରୁ ଏହି ପାଲା ଆରମ୍ଭ ହୋଇଥିଲା କ୍ଷ ଏଥିରେ ଅଂଶଗ୍ରହଣ କରିଥିବା ସୁନାମ ଧନ୍ୟ ପାଲା ଗାୟିକା ପାରାଦୀପ ଜଗତ୍ସିଂହପୁରର ପ୍ରଭାତୀ ବେହେରା ଓ ନୟାଗଡ ଚାନ୍ଦପୁରର ଉର୍ମିଳା ସାହୁ ପାଲା ପରିବେଷଣ କରିଥିଲେ କ୍ଷ ଏହି ବାଦିପାଲା ଆସନ୍ତା ୧୨ ତାରିଖ ଶୁକ୍ରବାର ପର୍ୟ୍ୟନ୍ତ ୫ ଦିନ ପର୍ୟ୍ୟନ୍ତ ଚାଲିବ କ୍ଷ ଆସନ୍ତା ୧୩ ତାରିଖ ଶନିବାର ପବିତ୍ର ରାମନବମୀ ଦିନ ୩୦ ଟି ଓଡିଶୀ ସଙ୍କୀର୍ତ୍ତନ ମଣ୍ଡଳୀ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ କ୍ଷ ସେଦିନ ୨୦୦ ଭକ୍ତଙ୍କ ପାଇଁ ଅନ୍ନ ପ୍ରାସାଦର ଆୟୋଜନ କରାଯାଇଛି ବୋଲି କମିଟି ସଭାପତି ରବିନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି କ୍ଷ


