ପାଟକୁରା ବିଧାନସଭା ନିର୍ବାଚନ ଉପଲକ୍ଷେ ଷ୍ଟାଟିଟିକ୍ସ,ଭିଡିଓ ସର୍ଭେଲାନ୍ସ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମକୁ ପ୍ରଶିକ୍ଷଣ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ପାଟକୁରା ବିଧାନସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ପରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଷ୍ଟାଟିଟିକ୍ସ ସର୍ଭେଲାନ୍ସ ଟିମ,ଭିଡିଓ ସର୍ଭେଲାନ୍ସ ଟିମ ଓ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମର ସଦସ୍ୟମାନଙ୍କୁ ରାଜନୈତିକ ଦଳ ଗୁଡିକ ଦ୍ୱାରା ନିର୍ବାଚନୀ ଆଦର୍ଶ ଆଚରଣ ବିଧି ପାଳନକୁ ତଦାରଖ କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଡିଆରଡିଏ ପିଡି ତଥା ଆଦର୍ଶ ଆଚରଣ ବିଧି ତଦାରଖ କମିଟି ମୁଖ୍ୟ ଦିଲ୍ଲିପ କୁମାର ପରିଡା, ଅତିରିକ୍ତ ଉପଜିଲ୍ଲାପାଳ ପ୍ରଣୟ କୁମାର ଜେନା,ଡେପୁଟୀ କଲେକ୍ଟର(ନିର୍ବାଚନ)ସମ୍ବିତ ଶତପଥୀ ପ୍ରମୁଖ ପ୍ରଶିକ୍ଷାର୍ଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗରଦପୁର ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ,ବିଭିନ୍ନ ବ୍ଲକର ହିସାବ ଅଧିକାରୀ ଓ ଲାଇନ ଡିପାର୍ଟମେଂଟର ଯନ୍ତ୍ରୀମାନେ ଉପରୋକ୍ତ ଟିମର ସଦସ୍ୟ ଭାବରେ ଏହି ନିର୍ବାଚନକୁ ଅବାଧ୍ୟ,ମୁକ୍ତ ଓ ନିରପେକ୍ଷ ଭାବରେ କିଭଳି ପରିଚାଳିତ କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।


