ପାଟପୁରରେ ରେଳ ରୋକ
କୁଜଙ୍ଗ, (ପୀତବାସ ପ୍ରଧାନ):କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୧ ମାସ ଧରି ସାରା ଭାରତରେ ଚାଷୀ ଆନ୍ଦୋଳନ କରିଆସୁଥିବା ବେଳେ ଉତରପ୍ରଦେଶର ଜନୈକ ମନ୍ତ୍ରୀଙ୍କ ପୁଅ ଗାଡ଼ି ଚଳାଇ ନିର୍ମମଭାବେ ୫ ଜଣ ଚାଷୀଙ୍କୁ ହତ୍ୟା କରିବା ପ୍ରତିବାଦରେ ବିଭିନ୍ନ ସଂଗଠନ ପକ୍ଷରୁ ଏହାର ପ୍ରତିବାଦ ଓ ନିନ୍ଦା ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଆହ୍ୱାନରେ ଆଜି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ପାଟପୁର ରେଲୱେ କ୍ରସିଂ ଠାରେ ଅଖିଳ ଭାରତ କୃଷକ ସଭା ଓ ସିପିଆଇ ମିଳିତ ଭାବେ ଦିନ ୧୦ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ରେଳ ଧାରଣାରେ ବସି ରେଳ ରୋକ କରିଛନ୍ତି । ଏହି ଧାରଣାରେ କୃଷକ ସଭା ଜିଲ୍ଲା ସଂପାଦକ ପିତାମ୍ବର ଦାସ, ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ରାଜ୍ୟ ସଂପାଦକ ରାମଚନ୍ଦ୍ର ମୁଦୁଲି, ଚାଷୀ ନେତା ପ୍ରଫୁଲ୍ଲ ଦାସ, ହୃଷୀକେଶ ବିଶ୍ୱାଳ, ହୃଷିକେଶ ନାଥ, ଭୀକାରି ଦଳାଇ, ସିପିଆଇ ଜିଲ୍ଲା ସଂପାଦକ ଅଭୀଜତ୍ ସାହୁ, ସିପିଆଇ ନେତା ଧୃବ ପାତ୍ର, ଅମରେନ୍ଦ୍ର ଦାସ, ସମରେଶ ମୁଦୁଲି, ମାଗୁ ସ୍ୱାଇଁ, ବସନ୍ତ ସାହୁ, ସୁରେନ୍ଦ୍ର ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ଭଗତ ମଳିକ ପ୍ରମୁଖ ଯୋଗଦେଇ ଏହାର ପ୍ରତିବାଦ କରିବା ସଂଗେ ସଂଗେ କଳା କୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।