ପାଟପୁର ଥାନା ଅଧିକାରୀଙ୍କ ଫେକ୍ ଆକାଉଣ୍ଟ ଖୋଲି ଲୁଟିବାକୁ ଉଦ୍ୟମ ସାଇବର ଲୁଟେରା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାଇବର ଲୁଟେରାଙ୍କ ଲୁଟ୍ ତରିକା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଠକ୍ ମାନେ ଜନ ସାଧାରଣଙ୍କୁ କେତେବେଳେ କେମିତି ଲୁଟିବା ପାଇଁ ନୂତନ ପନ୍ଥା ଅବଲମ୍ବନ କରିଥାନ୍ତି । ଏବେ ସାଇବର ଠକ୍ ଜଣକ ପୋଲିସ ବାବୁ ଙ୍କୁ ଟାରଗେଟ କରିଛି। ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନାମରେ ଏକ ଫେସବୁକ ଆକାଉଣ୍ଟ ଖୋଲି ଲୁଟିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଲୁଟେରା ଜଣକ ଅଧିକାରୀଙ୍କ ଫୋଟ ପୋଷ୍ଟ କରି ନିଜ ଘରେ ଯାବତୀୟ ଜିନିଷ ବିକ୍ରି କରିବା ପାଇଁ ଫେସବୁକରେ ଅପଡେଟ କରିଛନ୍ତି । ଏପରିକି ଥାନା ଅଧିକାରୀଙ୍କ ସାଙ୍ଗ ସିଆରପିଏଫରେ ଚାକିରି କରୁଥିବା ବେଳେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି । ତେଣୁ ତାଙ୍କ ଘରେ ରହିଥିବା ଦାମୀ ସୋଫା , ଫ୍ରୀଜ୍ , ଏଲଇଡି ଟିଭି ଭଳି ଅନେକ ଜିନିଷ ବିକ୍ରି କରିବା ପାଇଁ ଚାହୁଁଥିବା କହିବା ସହ ଖୁବ୍ କମ୍ ଦରରେ ବିକ୍ରୀ କରିବାକୁ ଗ୍ରାହକଙ୍କ ମନ ବଳାଉଛନ୍ତି । ତେବେ ଥାନା ଅଧିକାରୀ ଜଣକ ଏଭଳି ପୋଷ୍ଟ ଦେଖିବା ପରେ ସାଇବର ଲୁଟେରା ଜଣକ ଚାଲରେ ନ ପଡ଼ିବାକୁ ଲୋକମାନଙ୍କୁ ସଚେତନ କରାଇଥିଲେ । ପୁର୍ବରୁ ସାଇବର ଲୁଟେରା ମାନେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକମାନଙ୍କୁ ଏଭଳି ଲୁଟ୍ କରୁଥିବା ନଜର ଆସୁଥିବା ବେଳେ ବର୍ତ୍ତମାନ ଏବେ ପୋଲିସ ବାବୁ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରିଥିବା ଯାହାକି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ