ପାଟପୁର ପୂର୍ତ୍ତ ଡାକ ବଙ୍ଗଳାରୁ ଚୋରୀ 

ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) :  ସାନଖେମୁଣ୍ଡି ବ୍ଲକ ନିକଟରେ ଥିବା ପାଟପୁର ପୂର୍ତ୍ତ ଡାକବଙ୍ଗଳା ରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଇନଭାଇଟାର, ବ୍ୟାଟେରୀ, ସାନିଟାଈଜର, ସାବୁନ ଚୋରି କରିଛନ୍ତି ଏବଂ ଏସି କୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ନେଇପାରିନାହାନ୍ତି l ଏନେଇ  ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପାହାନ ଶନିବାର ପାଟପୁର ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ପୋଲିସ ୨୩୭/୨୦ ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ପାଟପୁର ଥାନା ଏସଆଇ ତରୁଲତା ବେହେରା ତଦନ୍ତ କରି ଫେରିଥିବା  ପାଟପୁର ଥାନାଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି l ଶୁକ୍ରବାର ରାତିରେ ଡ଼ାକବଙ୍ଗଳାରେ କିଛି ଦୁର୍ବୁତ୍ତ ପଶି  ଇନଭାଇଟାର, ସାନିଟାଈଜର, ସାବୁନ ଓ କିଛି ସାମଗ୍ରୀ ଚୋରୀ କରି ନେଇଯାଇଥିବା ବେଳେ ଲାଗିଥିବା ଏସି କୁ ନେବାକୁ ଚେଷ୍ଟା କରି ବିଫଳ ହୋଇଥିବା ନେଇ ପୂର୍ତ୍ତ ଡ଼ାକବଙ୍ଗଳା ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ନୀଳାଞ୍ଚଳ ମହାନ୍ତି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ସୂଚନା ଦେବା ପରେ ଏତଲା ଦେଇଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ