ପାଟପୁର ରେ ମା ବୁଢୀଠାକୁରାଣୀ ଙ୍କ ଗ୍ରାମ ପରିକ୍ରମା : ଅସ୍ଥାୟୀ ମଣ୍ଡପ ରେ ବିଜେ କଲେ ମା ବୁଢ଼ୀଠାକୁରାଣୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ମା ବୁଢୀ ଠାକୁରାଣୀ ଙ୍କ ଯାତ୍ରା ବୁଧବାର ରାତିରୁ ଆରମ୍ଭ ହୋଇଛି l ମା ଠାକୁରାଣୀ ନିଜ ମନ୍ଦିର ରୁ ଅସ୍ଥାୟୀ ମନ୍ଦିର କୁ ବିଯେକରିଛନ୍ତି ।ବିଳମ୍ୱିତ ରାତିରେ ମା ଙ୍କ ପାରମ୍ପରିକ ଘଟକୁ ମା ଙ୍କ ଆଜ୍ଞା ମାଳ ପାଇ ବିରାଟ ପଟୁଆର ରେ ଅସ୍ଥାୟୀ ମଣ୍ଡପକୁ ଆଣି ସ୍ଥାପନ କରଯାଇଛି l ପରମ୍ପରା ଅନୁସାରେ ମାଁ ଙ୍କ ମନ୍ଦିର ରୁ ଅସ୍ଥାୟୀ ମନ୍ଦିର କୁ ଆସିବା ଲାଗି ଠାକୁରାଣୀ ଙ୍କୁ ନିମନ୍ତ୍ରିତ କରାଯାଇଥିଲା l ଅପରାହ୍ନ ରେ ଗ୍ରାମର ମହିଳା ମାନେ ଅସ୍ଥାୟୀ ମଣ୍ଡପରେ ଝୋଟି ଚିତା ପକାଇ ବିଚିତ୍ର କରିଥିଲେ l ପାରମ୍ପରିକ ଭାବେ ସଂନ୍ଧ୍ୟାରେ ମାଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ଖଟୁଳି କୁ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା ପୂଜାର୍ଚ୍ଚନା ପାଇଁ ପଣ୍ତିତ ପ୍ରମୋଦ ପୁରୋହିତ,ଚନ୍ଦନ ଶତପଥି ଠାକୁରାଣୀ ଙ୍କୁ ଆବାହନ ଲାଗି ହୋମ ଚଣ୍ଡୀପାଠ କରିଥିଲ। ବାଦ୍ୟ ବାଜଣା, ଘଣ୍ଟ, କୀର୍ତ୍ତନ, ଢୋଲ, ମହୁରୀ, ଶଙ୍ଖ , ହୁଳା ହୁଳି ନାଦ ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା l ପରମ୍ପରା ଅନୁଯାୟୀ ଏକ ସ୍ଵତନ୍ତ୍ର ଖଟୁଳୀ ରେ ଜଣେ ଭୁକ୍ତା ମା ଙ୍କୁ ମୁଣ୍ଡାଇ ଶୋଭାଯାତ୍ରା ବାଘ,ଷଣ୍ଢ, ଘୋଡ଼ା ରଜା ରାଣୀ ବିଭିନ୍ନ ପଟୁଆର ପାଟପୁର ଗ୍ରାମ ପ୍ରତେକ ସାହି ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା।ଯାତ୍ରାକୁ ଶୃଙ୍ଖଳିତ ପାଇଁ ପାଟପୁର ପୋଲିସ ମୁତୟନ ହୋଇଥିଲେ। ଅସ୍ଥାୟୀ ମଣ୍ଡପରେ ରୀତି ନିତି ସହ ପୂଜାର୍ଚ୍ଚନା ହୋଇଥିଲା ।ଠାକୁରାଣୀ ଙ୍କ ଏହୀ ପଟୁଆର କୁ ଦେଖିବାକୁ ପାଟପୁର ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଆସନ୍ତା ୨୧ ତାରିଖରେ ମାଁ ପୁଣି ଗ୍ରାମରେ ପରିକ୍ରମା କରିବା ସହ ୫ ଦିନ ଧରି ପ୍ରତ୍ୟେକ ସାହି ରେ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୬ ତାରିଖରେ ମା ଙ୍କୁ ନିଜ ମନ୍ଦିରକୁ ନିଆଯିବ ବୋଲି ଯାତ୍ରା କମିଟି ସଭାପତି ଟି ବାବୁ ସୁବୁଦ୍ଧି କୈଳାସ ସ୍ବାଇଁମୁକୁନ୍ଦି ବାରାଡ, ଦିବାକରପାଢ଼ୀ, ,ରଘୁନାଥ ବେହେରା ରଞ୍ଜନ ଖୁଣ୍ଟିଆ ସିମାଞ୍ଚଲ୍ ସେଠୀ ,ସୁକୁ ସ୍ୱାଇଁ ଏମ ମାଧବ ରେଡ୍ଡୀପକ୍ଷରୁ ସୂଚନା ମିଳିଛି l


