ପାଠ ପଢା ବୟସରେ ମାଡ଼ି ବସିଛି ବାର୍ଦ୍ଧକ୍ୟ, ଅଜଣା ରୋଗରେ ଛନ୍ଦି ହୋଇଛନ୍ତି କୁନି ଝିଅ ବିଳାସୀନି

ମୋହନା, (ଅଂଶୁମାନ ପଣ୍ଡା): ଅଜଣା ରୋଗ ଅନ୍ଧ ବିଶ୍ୱାସରେ ଲୋକେ ଏବେବି ଅଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ସାନଖଣି ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଜଣେ ୮ ବର୍ଷ ଝିଅ ବିଳାସିନୀ ପାଠ ପଢ଼ିବା ବୟସରେ ତା ମୁଣ୍ଡ ଚୁଟି ସବୁ ଧଳା ହୋଇଯିବା ଯୋଗୁଁ ଏବେ ସିଏ ମାନସିକ ଓ ଶାରିରିକ ପୀଡ଼ା ଭୋଗ କରୁଛି । ପଢ଼ିବାକୁ ଇଛା ମନରେ ବହୁତ କିନ୍ତୁ ମୁଣ୍ଡରେ ଏଭଳି ଅଜଣା ରୋଗ ଯୋଗୁଁ ଯାଇ ପାରୁନାହାଁନ୍ତି, ବିଦ୍ୟାଳୟ ଗଲେ ମଧ୍ୟ ସମସ୍ତେ ଘୃଣା କରୁଛନ୍ତି ତାଙ୍କ ମୁଣ୍ଡକୁ ଦେଖି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ଏପରି ଅଜଣା ରୋଗ ତାଙ୍କୁ ୪ ବର୍ଷ ହେଲା ପିଛା ଛାଡୁନି । ପରିବାର ଲୋକେ ସବୁ ଜମି ବନ୍ଧା କରି ବିଭିନ୍ନ ସ୍ଥାନରେ ମେଡିକାଲ ଦେଖାଇ ସାରିଲେଣି କିନ୍ତୁ କମିବାର ନା ଧରୁନି ରୋଗ, ଶେଷରେ ଅନ୍ଧ ବିଶ୍ୱାସରେ ପଡି ବିଳାସିନୀକୁ ବାପା ସୁକଦେବ ମଲିକ ଝିଅକୁ ଭଲ କରିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ କିନ୍ତୁ କରୋନା ଭୟରେ ଫେରି ଆସି ମା ବିମଳା ମଲିକ ବାପା ମିଶି କୁଲି ମଜୁରୀ କରୁଛନ୍ତି ଝିଅକୁ ଭଲ କରିବା ପାଇଁ ପରିବାରରେ ଆହୁରି ୩ ଝିଅ ୧ ପୁଅ ୭ ମାସର ତାକୁ କୁଳରେ ଧରି ପୋଷିବା କାଠିକର ପାଠ ହଉଚି । ଝିଅକୁ ଭଲ କରିବା ପାଇଁ ଯାହାଭି ଟଙ୍କା ପଇସା ଥିଲା ସବୁ ସରିଗଲା , ଏପରିକି ରହିବା ପାଇଁ ଘର ଖଣ୍ଡେ ନଥିବାରୁ ପାଲ ଟାଣି ଖରା ବର୍ଷା ଶୀତ ଏଇ କୁଡିଆରେ ଦିନ କାଟୁଛନ୍ତି ପରିବାରକୁ ନେଇକି ଦୁଃଖରେ କିନ୍ତୁ ସରକାରଙ୍କ କିଛିବି ସାହାର‌୍ୟ୍ୟ ମିଳିପାରୁନାହିିଁ । ବିଳାସିନୀ କହିଛନ୍ତି ତାଙ୍କୁ ବିଦ୍ୟାଳୟରେ ଶିକ୍ଷକ ତାଙ୍କୁ ଘୃଣା କରୁଛନ୍ତି ଅନ୍ୟ ପିଲାଙ୍କୁ ଗେଲ କରି ପାଠ ପଢୁଛନ୍ତି, ଦେଇଥିବା ବହି ମଧ୍ୟ ମାଗି ନାଇଯାଇଛନ୍ତି ଶିକ୍ଷକ । ମନରେ ଦୁଃଖ କେତେ ସପ୍ନ ଦେଖିଛି ବିଳାସିନୀ ପାଠ ପଡି ବଡ଼ ଲୁକ ହେବାକୁ କେବେ ତାଙ୍କ ଇଚ୍ଛା ପୁରା ହେବ ଏବେ ନିଜ ଝିଅକୁ ଭଲ କରାଇ ପାଠ ପଢ଼ାଇବା ପାଇଁ ସରକାରୀ ସାହାର୍ଯ୍ୟ ଅପେକ୍ଷାରେ ପରିବାର । ଏ ବିଷୟରେ ମୋହନା ବିଡ଼ିଓ ବଂଶୀଧର ଖୁଶ୍ଳାଙ୍କୁ ପଚାରିବାରୁ ସେ କଇଛନ୍ତି ଡାକ୍ତରୀ ଦଳ ପଠାଇ ତାର କଣ ହେଇଛି ଜାଣିବା ପରେ ତାକୁ ଅଧିକ ଚିକିତ୍ସା କରା ଯିବ । ଗ୍ରାମବାସୀ ସରକାରଙ୍କୁ ହାତ ଯୋଡ଼ି ପରିବାରକୁ ସାହାର୍ଯ୍ୟ ଭିକ୍ଷା ମାଗିଛନ୍ତି, ପ୍ରକାଶ ଥାଉକି ସଚେତନ ଅଭାବ ଯୋଗୁଗୁଁ ଏହି ଅଞ୍‌ଞ୍ଚଳର ଲୋକେ ଗୁଣି ଗାରିଡି ଅନ୍ଧବିଶ୍ଵସ୍ ରେ ରହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ