ପାଣି ଭିତରେ ବେଡରୁମ୍‌

ମାଲଦ୍ୱୀପର ପାଣି ଭିତରେ ରହିଛି ଏହି ବେଡରୁମ୍ । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଥିବା ଘର ମଧ୍ୟରୁ ଗୋଟିଏ । ଲୋକେ କୁହନ୍ତି ଇଂଲିଶ୍‌ ମ୍ୟାନଙ୍କ ଏହି ଘର କୌଣସି ମହଲଠାରୁ କମ୍ ନୁହେଁ । ଏହି ମହଲ ନିଜର ଭବ୍ୟତା, ବିଶାଳତା ଏବଂ ତେଜସ୍ୱୀ ଦୃଶ୍ୟର ଦାବି କରେ । ଏହି ଘରକୁ ତିଆରି କରିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୋଇଥିବ, ସେଥିରେ କୌଣସି ସନ୍ଦେହ ନାହିଁ । ଏହି ପାଣି ଭିତରେ ତିଆରି ହୋଇଥିବା ଘରେ ବେଡ୍ ରୁମ୍ ରହିଛି । ସବୁ ପ୍ରକାରର ବିଳାସମୟ ସାମଗ୍ରୀର ସୁବିଧା ରହିଛି। ଏଠାରେ ଏକ ଏଲ୍‌ଇଡି ଟିଭି, ଏକ ଆରାମଦାୟକ ଖଟ ଓ ଏକ ଟି ପଏ ମଧ୍ୟ ରହିଛି । ଏହି ବେଡରୁମକୁ କାଚରେ ତିଆରି କରାଯାଇଛି । ଏହା ଭିତରେ ରହି ଆପଣ ସମୁଦ୍ର ଭିତରର ସୁନ୍ଦର ଦୃଶ୍ୟକୁ ଦେଖିପାରିବେ । ବିଶ୍ୱରେ ଏଭଳି ଆହୁରି ଅନେକ ଘର ତଥା ହୋଟେଲ୍ ପାଣି ଭିତରେ ତିଆରି ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ