ଶୀତଦିନେ ଖାଆନ୍ତୁ ମାଛ
ବର୍ଷର ଅନ୍ୟ ଋତୁ ଅପେକ୍ଷା ଶୀତଋତୁରେ ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ । ଆସନ୍ତୁ ଜାଣିବା ଶୀତ ଦିନେ ମାଛ ଖାଇବାର ଉପଯୋଗିତା ସମ୍ପର୍କରେ।
– ମାଛର ଚର୍ମ ଗରମ ହୋଇଥିବାରୁ ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଗରମ ରହିଥାଏ। ଏହା ଦ୍ୱାରା ଥଣ୍ଡା ହେବାର ସମସ୍ୟା ହୋଇ ନ ଥାଏ।
– ୧୦୦ଗ୍ରାମ୍ ମାଛରେ ୧୧୬କ୍ୟାଲୋରୀ ଓ ୨୦ଗ୍ରାମ ପ୍ରୋଟିନ୍ ରହିଥାଏ । ଏହା ସହ କୌଣସି ପ୍ରକାରର ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍ ଏବଂ ଭିଟାମିନ୍ ଡି ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।
– ମାଛକୁ ସକାଳ ସମୟରେ ବା ମଧ୍ୟାହ୍ନ ସମୟରେ ଖାଇବା ଦରକାର । ଯାହା ଦ୍ୱାରା ମାଛ ସହଜରେ ହଜମ ହୋଇପାରିଥାଏ । ମାଛ ସେବନ ଦିନରେ ଥରେ ଏବଂ ସପ୍ତାହକୁ ଦୁଇ ଥର କରିବା ଦରକାର ।
– ଏକ ଗବେଷଣା ଅନୁଯାୟୀ, ଯେଉଁମାନେ ସପ୍ତାହକୁ ଥରେ ମାଛ ଖାଇଥାନ୍ତି, ସେମାନଙ୍କ ପାଖରେ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ୍ କର୍କଟ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
– ମାଛ ସେବନ କରିବା ଦ୍ୱାରା ମସ୍ତିଷ୍କ ଚଞ୍ଚଳ ହୋଇଥାଏ । ଏହା ସହ ମାନସିକ ବିକାର ହେବା ଆଶଙ୍କା କମ୍ ହୋଇଥାଏ । ମାଛରେ ଥିବା ପ୍ରୋଟିନ୍ ପାଇଁ ମସ୍ତିଷ୍କରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହା ଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ ।
– ଏଥିରେ କମ୍ କ୍ୟାଲୋରୀ ଥିବାରୁ ଏହା ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଯାହା ଦ୍ୱାରା ହୃଦ୍ଜନିତ ସମସ୍ୟା ଦେଖାଯାଇ ନ ଥାଏ ।
– ମାଛରେ ଫ୍ୟାଟ୍ କମ୍ ଥିବାରୁ ଏହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରଖିଥାଏ ।


