ପାଣି ରେ ବୁଡି ୧ ମୃତ
କୁଚିଣ୍ଡା ,( ଯୁଗାବ୍ଦ ନୁ୍ୟଜ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବଜାର ବନ୍ଧରେ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ୪୫ ବର୍ଷିୟ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ କୁଚିଣ୍ଡା ଏନ୍ ଏସି ଦୁଇ ନଂ ୱାର୍ଡର ମିତ୍ର ଭାନୁ ଭୁଇଁସା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସଂନ୍ଧ୍ୟାରେ ଚନ୍ଦ୍ରଭାନୁ ଘର ନିକଟରେ ଥିବା ବଜାର ବନ୍ଧକୁ ଗାଧୋଇବାକୁ ଯାଇଥିଲେ କିନ୍ତୁୂ ଆଉ ଚନ୍ଦ୍ର ଭାନୁ ଘରକୁ ଫେରିନଥିଲେ ଏହା ପରେ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜା ଖୋଜି ପରେ ମଧ୍ୟ ସୁଫଳ ମିଳିପାରିନଥିଲା । ପୁଣୀ ଆଜି ସକୁଳୁ ଦମକଳ ବାହିନୀ ଘଟଣା ବହୁ ଖୋଜା ଖୋଜି ପରେ ବନ୍ଧରୁ ଚନ୍ଦ୍ରଭାନୁଙ୍କ ମୃତ ଦେହ ଆଜି ୧ ଘଣ୍ଟା ସମୟରେ ମୃତଦେହ ଉଦ୍ଧାର କରିଥିଲେ । । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟେବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି ।