ପାଣ୍ଡିଆନଙ୍କ ଗ୍ରସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ପରିସରରୁ ପକେଟ ମାର୍
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) – ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ଜଣେ ଯୁବକଙ୍କ ପକେଟରୁ କେହି ଦୃବୃତ୍ତ ପକେଟ ମାର୍ କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ପାଣ୍ଡିଆନଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ପୋଲିସ ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥାଇ ମଧ୍ୟ ଏଭଳି ଘଟଣା ଘଟିଥିବାର ଦେଖାଯାଇଛି । ପୋଲିସ କୋହଳ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତରଡିପାଳ ଗ୍ରାମର ନିରଞ୍ଜନ ବାରିକଙ୍କ ପକେଟରୁ ନଗଦ ୩ ହଜାର ଟଙ୍କା ଲୁଟ ହୋଇଯାଇଥିବା ଭଳି ଘଟଣା ଘଟିଛି । ନିରଞ୍ଜନ ନିଜ ଭଉଣୀର ଚିକିତ୍ସା ନିମନ୍ତେ ତାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପହଞ୍ଚିବାରୁ ଚିକିତ୍ସାଳୟରେ ଭିଡ ଲାଗିଯାଇଥିଲା । ଏ ସମ୍ପର୍କରେ ନିରଞ୍ଜନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟର ୩ ଜଣ ଉଚ୍ଚ ପଦସ୍ଥ ସଚିବଙ୍କ ଗ୍ରସ୍ତ ସମୟରେ ପୋଲିସର ଅପାରଗତା ଯୋଗୁ ଜଣେ ଗରିବ ରୋଗୀର ସଂପର୍କୀୟ ଯୁବକଙ୍କ ନିକଟରୁ ଟଙ୍କା ଲୁଟ ହେବା ଘଟଣାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି ।