ପାତ୍ରପୁର ଅଞ୍ଚର ଛଅ ଶକ୍ତିପୀଠରେ ପାର୍ବଣପୂଜାରେ ଜମୁଛି ଭିଡ

ମଧ୍ୟ ରାତ୍ରୀରେ ବାଲି ସଂଗ୍ରହ ପରେ କୁରେଶୁଣିଙ୍କ ନବରାତ୍ରୀ ପୂଜା ଆରମ୍ଭ

ପାତ୍ରପୁର,(ୱାଇଏନଏସ): ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ପାତ୍ରପୁର ବ୍ଲକରେ ରାଜା ରାଜୁଡ଼ା ସମୟରେ ଅଞ୍ଚଳରେ ବହୁ ଶକ୍ତି ପୀଠମାନ ସ୍ଥାପିତ ହୋଇଛି। ଅଞ୍ଚଳରେ ଥିବା ଶକ୍ତି ପୀଠ ମଧ୍ୟରୁ ଦୁଇଟି ପୀଠରେ ଷୋଡ଼ଶ ପୂଜା ହେଉଥିବା ବେଳେ ଅନ୍ୟ ଚାରି ଗୋଟି ପୀଠରେ ନବରାତ୍ରୀ ପୂଜା ନୀତି ନିୟମ ଅନୁଯାଇ ପାଳନ ହେଉଛି । ସେହି ଶକ୍ତି ପୀଠ ମଧ୍ୟରୁ ତୁମ୍ୱା ଲିମେଇ ଶୁଣି ଏବଂ ଜୟନ୍ତୀ ପୁର ସ୍ଥିତ ପଶ୍ଚିମେ ସ୍ଵରୀ ପୀଠରେ ପ୍ରତିବର୍ଷ ଭଳି ମାଆଙ୍କ ଷୋଡ଼ଶ ପୂଜା ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବେଳେ ମହା ଅଷ୍ଟମୀରେ ଶେଷ ହୋଇଥାଏ, ପାର୍ବଣ ପାଇଁ ଦୁଇ ଶକ୍ତି ପୀଠ ଚଳ ଚଞ୍ଚଳ ହୋଇ ଉଠି ଥିବା ବେଳେ ଦୁଇ ଗ୍ରାମକୁ ମାଆଙ୍କ ଦର୍ଶନ ନିମନ୍ତେ ଆନ୍ଧ୍ର ସମେତ ଅଞ୍ଚଳର ବହୁ ଭକ୍ତ ଆସି ଦର୍ଶନ କରିଥାନ୍ତି, ସେହି ପରି ପାତ୍ରପୁର ଠାରେ ଥିବା ଅନ୍ୟତମ ଶକ୍ତିପୀଠ ମା କୁଠାରୀ ଶ୍ୱରୀଙ୍କ ୫୯ତମ ନବରାତ୍ରୀ ପୂଜା ସହ ଭୈରବୀ ଚାଞ୍ଚଡାରେ ଥିବା ମା ଭୈରବୀ ଓ ମହାମାୟୀ ପୀଠ କେଲୁହା ଛକ ନିକଟ ପାହାଡ ଉପରେ ବିରାଜମାନ ବନ ଦୁର୍ଗା ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଛି, ଜିଲ୍ଲା ଏହି ବ୍ଳକରେ ଥିବା ଅନ୍ୟତମ ଶକ୍ତି ପୀଠ କୁରେଇସୁଣି ଠାରେ ଏବେ ମଧ୍ୟ ପାରମ୍ପରିକ ରାତ୍ରୀରେ ନଦୀରୁ ବାଲି ସଂଗ୍ରହ ପରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ପାତ୍ରପୁର ଗ୍ରାମରେ ଅଧିଷ୍ଠିତ ଦେବୀ ମା କୁଠାରୀଶ୍ୱରୀଙ୍କ ୫୯ତମ ନବରାତ୍ରୀ ପୂଜା ପାଇଁ ମାଆଙ୍କ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି। ଗ୍ରାମ ତଥା ପଡ଼ୋଶୀ ଆନ୍ଧ୍ର ଏବଂ ଅଂଚଳର ବହୁ ଭକ୍ତ ମାଆଙ୍କ ଦର୍ଶନ ସହ ଦୈନିକ ପୂଜା ପାଠ କରିବା ପାଇଁ ଭିଡ ଜାମୁଥିବା ଦେଖିବାକୁ ମିଳିଛି, ତୁରିବୁଡି ପଞ୍ଚାୟତର ନୁଆଁଗଡ଼ ଗ୍ରାମରେ ଥିବା କୁରେଇସୁଣି ଠାରେ ରାତ୍ର ପବିତ୍ର ବାହୁଦା ନଦୀରୁ ପୂଜା ପାଠ ସହିତ ହୋମ କରିବା ପରେ ଚାଙ୍ଗୁଡ଼ିରେ ବାଲି ସଂଗ୍ରହ କରାଯାଇଥିଲା, ଦୁଇଟି ବାଉଁସ ଘଷି ସେଥିରୁ ଅଗ୍ନି ବାହାର କରି ସେହି ଅଗ୍ନିରେ ଅଖଣ୍ଡ ଦୀପ ପ୍ରଯୋଳିତ କରାଯାଇଥାଏ। ପଞ୍ଚମୀ ତିଥିରେ ପଞ୍ଚ ବୁରୀୟା ମୁଗ କୋଲଥ ଧାନ ବିରି ପ୍ରଭୁତିକୁ ତତଲା କରେଇରେ ଭାଜି ପୂର୍ବରୁ ନଦୀରୁ ଅଣା ଯାଇ ଚାଙ୍ଗୁଡ଼ିରେ ଥିବା ବାଲିରେ ଗଜା ପାଇଁ ପକାଯିବ । ମହାଷ୍ଟମୀ ଦିନ ମନ୍ଦିର ପୂଜକ ( ଜାନି)କୁ ମାଆ ସଵାରୀ ହୋଇ କଣ୍ଟା ପିଢ଼ାରେ ବସିବା ପରେ ପ୍ରଥମେ ସୁରଙ୍ଗୀ ରାଜାଙ୍କ(ପୂର୍ବତନ ଜମିଦାରଙ୍କ) ମୁଦ (ପ୍ରଶ୍ନ)ର ଉତ୍ତର ଦେବା ପରେ ଅନ୍ୟ ଭକ୍ତଙ୍କ ଗୁପ୍ତ ପ୍ରଶ୍ନର ଉତ୍ତର ଦେବେ ବିଧି ରହିଅଛି। ମାଙ୍କ ନବଦିନ ଯାତ୍ରା ସମୟରେ ଖଣ୍ଡା ଧରି ଗ୍ରାମରେ ମାଆଙ୍କ ନଗର ପରିକ୍ରମା ସହ ନିଆଁରେ ଚାଲିବା କଣ୍ଟା ଦୋଳିରେ ଝୁଲିବା ପ୍ରଭୁତିରେ ନୀତି ନିୟମରେ ବହୁ ଭକ୍ତ ସାମିଲ ହୋଇ ଥାନ୍ତି, ଶେଷ ଦିନରେ ବାହୁଦା ନଦୀରେ ପୂଜା କରାଯାଇଥିବା ସମସ୍ତ ସାମଗ୍ରୀ ବିସର୍ଜନ କରା ଯିବା ପରେ ଯାତ୍ରା ଶେଷ ହୋଇଥାଏ ସାରଦିଅ ପୂଜା , ସୁରଙ୍ଗୀର ତତ୍କାଳୀନ ଜମିଦାର (ରାଜା)ଙ୍କ ଇଷ୍ଟ ଦେବୀ କୁରେଶୁଣି ଥିବା ବେଳେ ଗଜପତି ଜିଲ୍ଲା ରାମଗିରି ଠାରେ ମାଆଙ୍କ ମୂଳ ପୀଠ ରହିଥିଲା। ଜଙ୍ଗଲ ରାସ୍ତାରେ ରାମଗିରି ଯିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ସେହିସମୟରେ ହିଂସ୍ର ଯାନ୍ତୁଙ୍କ ଭୟ ରହିଥିଲା, ଫଳରେ ଶ୍ରଦ୍ଧାଳୁଙ୍କ ନିୟମିତ ଦର୍ଶନ ହେଉ ନଥିବା ବେଳେ ମାଆଙ୍କ ସ୍ପପ୍ନା ଦେଶ ପରେ ତତ୍କାଳୀନ ସୂରଙ୍ଗି ରାଜା ନିଜର ଅନ୍ୟତମ ପ୍ରିୟ ସ୍ଥାନ ନୂଆଗଡ ଠାରେ ଗଡ ପ୍ରତିଷ୍ଟା କରି ଦେବୀ କୁରେଇସୁଣିଙ୍କୁ ରାମଗିରି ନିମଂତ୍ରଣ କରି ଆଣି ଏହି ଠାରେ ସ୍ଥାପନ କରି ପୂଜା ପାଠ କରି ଦର୍ଶନ କରୁଥିବା କିମ୍ବଦନ୍ତୀ ଜଣାପଡିଛି, ମାଆଙ୍କ ମହିମା ଅପାର ବୋଲି ପ୍ରବାଦ ରହିଛି, ଏହି ପୀଠରେ ଅପୁତ୍ରିକ ସନ୍ତାନ ପ୍ରାପ୍ତି ହେବା ସହ ବିଭନ୍ନ ଦୁରାରାଗ୍ୟ ବ୍ୟାଧିଗ୍ରସ୍ତ ମାନେ ମାଙ୍କ ଆଜ୍ଞା ପ୍ରାପ୍ତି ହୋଇ ଫଳ ପ୍ରାପ୍ତି ହୋଇ ଥାଆନ୍ତି। ପ୍ରତି ବର୍ଷ ଆସ୍ପିନ ମାସରେ ମାଆଙ୍କୁ ଦର୍ଶନ ବେଳେ ବହୁ ପୂଣ୍ୟ ମିଳୁଥିବା ପ୍ରବାଦ ଥିବା ଦୃଷ୍ଟିରୁ ଏହି ସମୟରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଥାଏ, ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରୁ ମଧ୍ୟ ଭକ୍ତ ମାନେ ନିଜର ମାନସିକ ପୁରୁଣ ପାଇଁ ଏହିପୀଠକୁ ଆସୁଛନ୍ତି, ଏହି ପୀଠକୁ ପୂର୍ବରୁ  ରାସ୍ତା ଘାଟ ନଥିବା ବେଳେ ପୂର୍ବରୁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହୁଥିଲା। ଏପରିକି ପକ୍ଙ୍କ। ରାସ୍ତା ଟିଏ ନଥିବା ବେଳେ ପାନୀୟ ଜଳ ଏବଂ ରହିବା ସୁବିଧା ନଥିଲା। ପୀଠକୁ ଏବେ ପକ୍କାରାସ୍ତା ବିଭିନ୍ନ ଦିଗରୁ ନିର୍ମାଣ କରାଯାଇଛି। ଗଜପତି ଜିଲ୍ଲା ମହେନ୍ଦ୍ର ଗଡକୁ ପୀଠ ଠାରୁ ନୂତନପ୍ରଶସ୍ତ ରାସ୍ତା ସଂଯୋଗ ହୋଇଛି, ପୀଠ ନିକଟରେ ପୁରାଣ ବର୍ଣ୍ଣିତ(ଅମରକୋଷ) ବାହୁଦା ନଦୀରେ ବାଘଲଟି ଡେମ ନିର୍ମାଣ ହେବ ଫଳରେ ପର୍ଯ୍ୟଟକ ମାନଙ୍କ ଭିଡ ବର୍ଷ ତମାମ ଲାଗିରହୁଛି। ପର୍ଯ୍ୟଟକ ମନେ ଦେବୀ ପୂଜା ସହ ଜଳଭଣ୍ଡାର ଦେଖି ବଣ ଭୋଜିର ମଜା ନେଇ ଥାଆନ୍ତି, ଏଥି ନିମନ୍ତେ ବର୍ଷର ଶୀତ ଦିନକୁ ଅପେକ୍ଷା କରି ସହସ୍ରାଧିକ ପର୍ଯ୍ୟଟକ, ସ୍କୁଲ ପିଲା ଦେବୀ ଦର୍ଶନ ସହ ବଣ ଭୋଜିର ମଜା ନେବାକୁ ଆସି ଥାନ୍ତି। ମନ୍ଦିର ଠାରୁ ଅନତି ଦୂରରେ ତିନି ପାର୍ଷରେ ଜଙ୍ଗଲ ରହିଛି।ପୂର୍ବରୁ ଏହିଠାରେ ଥିବା ରାଜାଙ୍କ ଗଡର ଚିହ୍ନ ବର୍ଣ୍ଣ ହଜିଯାଇଛି, ଏବେ ପୂର୍ବରୁ ଥିବା ଗଡ଼ଖାଇର କିଛି ଅଂଶ ବାଉଁଶ ବୁଦା ଘୋଡେଇ ହୋଇ ରହିଛି ଯାହାକି କାହାରି ନଜରରେ ଆସୁନାହିଁ। ଏହିପୀଠକୁ ଆସିବାକୁ ହେଲେ ବ୍ରହ୍ମପୁର ଠାରୁ ସଡକ ପଥରେ ୬୭ କିଲୋମିଟର ହେଉଥିବାବେଳେ ଯାତାୟାତ ପାଇଁ ସମସ୍ତ ଵେବସ୍ତା ରହିଛି, ସେହିପରି ରେଳଯୋଗେ ଆସିଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ଠାରୁ ୩୯କିଲୋମିଟର ରାସ୍ତା ଅଟେ, ପ୍ରତିବର୍ଷ ମହାଷ୍ଟମୀ ପୂଜା ସମୟରେ ଏଠାକୁ ବହୁ ଶ୍ରଦ୍ଧାଳୁ ଆସୁଥିବା ବେଳେ ଏଠାରେ ପ୍ରବଳ ଭିଡ ହୋଇଥାଏ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ