ପାନପଦୀରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପିତ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପାନପଦୀସ୍ଥିତ ରାଧାବଲ୍ଲଭ ମଠରେ ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପିତ ହୋଇଯାଇଛି । ଏହି ଯଜ୍ଞରେ ନବଘନ ସାହୁ, ଚଞ୍ଚଳା ସାହୁ, ବନମାଳୀ ବେହେରା, ଅନ୍ନପୂର୍ଣ୍ଣା ବେହେରା ସଂକଳ୍ପ କରିଥିଲେ । ଅଶୋକ ତ୍ରିପାଠୀ ଓ ଅକ୍ଷୟ ଦାଶ ପୂଜକ ଦାୟୀତ୍ୱ ତୁଲାଇଥିଲେ । ଦୁଇ ଧରି ଅନୁଷ୍ଠିତ ଯଜ୍ଞରେ ପ୍ରବଚନ ଓ ସତ୍ସଙ୍ଗ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମାର୍କଣ୍ଡ ବାରିକ, ସନାତନ ସାହୁ, ନୃସିଂହ ଜେନା, ରବିନ୍ଦ୍ର ନାୟକ, ଲାଲଟୁ ପଣ୍ଡା, ଗୌରାଙ୍ଗ ସାହୁ, ପ୍ରକାଶ ଜେନା, ଭାବଗ୍ରାହୀ ଶଂଖୁଆ, ନତ୍ୟାନନ୍ଦ ସାହୁ, ତପନ ସାହୁ ପ୍ରମୁଖ ସହାୟତା କରିଥିଲେ ।


