ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର)ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତର ସିନ୍ଦୁରାବାଡ଼ ଓ ତାବୁଡ଼ିଆ ଆଦିବାସୀ ଗ୍ରାମ ଲୋକଙ୍କ ପାଇଁ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ଜଳ ବିଭାଗ ତରଫରୁ ପ୍ରାୟ ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗ୍ରାମ୍ୟ ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ସାମନ୍ତରା ଗ୍ରାମରେ ପହଂଚିବା ପରେ ସ୍ଥାନୀୟ ଆଦିବାସୀଙ୍କ ସହ ଦଳୀୟ କର୍ମୀ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ରବର୍ଟ ପ୍ରଧାନ ,ବ୍ଲକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ନାରୀ ନେତ୍ରୀ ମୀନା ଦ୍ୟାନ ସାମନ୍ତରା, ତୁମ୍ବା ସରପଞ୍ଚ ପ୍ରଶାନ୍ତ ସେଠୀ, ସମିତିସଭ୍ୟ ନାରାୟଣ ନାଇକ ,ଜରଡ଼ା ସମିତି ସଭ୍ୟ ସନ୍ତୋଷ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ ।ଏହି ପ୍ରକଳ୍ପ ରୁ ଦୁଇଟି ଗ୍ରାମର ୮୦ରୁ ଉର୍ଦ୍ଧ ପରିବାର କୁ ପାନୀୟ ଜଳ ମିଳିବା ଲକ୍ଷ ରହିଥିବା ବେଳେ ନିକଟ ମହେନ୍ଦ୍ର ତନୟା ନଦୀରେ କୁଅ ଖୋଳି ଓଭର ହେଡ ଟେଙ୍କେ ମାଧ୍ୟମରେ ଜଳ ଯୋଗାଇବା ଲକ୍ଷ ରହିଛି। ଏହା ପରେ ବିଧାୟକ ବାଇକ୍ ଯୋଗେ ଦୁର୍ଗମ ପାହାଡ ଉପରୁ ଆସି ପାହାଡ ତଳେ ଘର କରି ରହୁଥିବା ତାବୁଡ଼ିଆ ଗାଁରେ ପହଞ୍ଚି ଆଦିବାସୀ ମାନେ ଘର କରି ରହୁଥିବା ସ୍ଥାନରେ ବାଡିପଟେ ଥିବା ନଦୀ ଅତଡା ଧସିବା ସ୍ଥଳ ପରିଦର୍ଶନ କରି ଲୋକଙ୍କ ସହିତ ସେ ସମ୍ପର୍କରେ ଆଲୋଚନା କରିବା ସହିତ ସମାଧାନ ଦିଗରେ ପଦକ୍ଷେପ ନେବେ ହେବେ ବୋଲି କହିଥିଲେ ।