ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ସନ୍ୟାସପୁର, ବରହମପୁର ଓ ମାନପାଟଣା ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନ ପକ୍ଷରୁ ସବୁ ଗ୍ରାମ ଗୁଡିକର ମଧ୍ୟସ୍ଥଳୀ ମାନପାଟଣା ଗ୍ରାମର ହନୁମାନ ମନ୍ଦିର ନିକଟରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି ହେବାକୁ ସ୍ଥିର କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କାହାକୁ କିଛି ନଜଣାଇ ସେହି ପ୍ରକଳ୍ପଟି କହ୍ନେଇପୁର ଗ୍ରାମରେ କରାଯିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସମ୍ପର୍କରେ ଅଭିଯୋଗକାରୀମାନେ ଜାଣିବାକୁ ପାଇଲେ । କହ୍ନେଇପୁର ଗ୍ରାମରୁ ବରହମପୁର ଗ୍ରାମ ପ୍ରାୟ ୨କିଲୋମିଟର ଦୂର । ଏତଦବ୍ୟତିତ ସନ୍ୟାସପୁର, ବରହମପୁର ଓ ମାନପାଟଣା ଭଳି ୩ଟି ଗ୍ରାମର ଜନସଂଖ୍ୟା ଏକହଜାର ୫ଶହ ହୋଇଥିବା ବେଳେ କହ୍ନେଇପୁର ଗ୍ରାମର ଲୋକସଂଖ୍ୟା ମାତ୍ର ୪ଶହ । ଏପରିସ୍ଥଳେ ପ୍ରଥମେ ସ୍ଥିର କରାଯାଇଥିବା ପ୍ରକଳ୍ପ ସ୍ଥାନକୁ ୩ଟି ଗ୍ରାମର ଗ୍ରାମବାସୀଙ୍କ ଅଗୋଚରରେ ବଦଳାଯାଇ ୨କିମି ଦୂରରେ ପ୍ରକଳ୍ପଟି କରାଗଲେ ସେହି ୩ଟି ଗ୍ରାମର ୧୫ଶହ ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ତେଣୁ ସେହି ପ୍ରକଳ୍ପଟି ୩ଟି ଗ୍ରାମର ମଧ୍ୟସ୍ଥଳି ମାନପାଟଣା ହନୁମାନ ମନ୍ଦିର ନିକଟରେ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଫୁଲ୍ଲ କୁମାର ଭୋଳ, ପପୁନି ଭୋଳ, ଲିପୁ ଭୋଳ, ନନ୍ଦକିଶୋର ଭୋଳ, ନିତ୍ୟାନନ୍ଦ ଭୋଳ, ବିଚିତ୍ର ପ୍ରଧାନ, ରତ୍ନାକର ସ୍ୱାଇଁ, ସନାତନ ପ୍ରଧାନ, ଗୈାରାଙ୍ଗ ପ୍ରଧାନ,ବଳରାମ ବେହେରା, ଅସିତ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ