ପାନ ଆଫ୍ରିକା ର୍ୟାଲି ରେ ହିରୋ ମୋଟୋସ୍ପୋର୍ଟସ୍ ଆଗରେ
ବିଶ୍ୱର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ହିରୋ ମୋଟୋସ୍ପୋର୍ଟସ୍ ଟିମ ଚଳିତ ପାନ ଆଫ୍ରିକା ର୍ୟାଲି ୨୦୧୯ ରେ ଜୋକ୍ୱିମ ରୋଡ୍ରିଗ୍ୟୁ ଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ସହ ଆଗରେ ରହିଛି । ଦ୍ୱିତୀୟ ପର୍ଯ୍ୟାୟର ଶେଷ ସୁଦ୍ଧା ଜୋକ୍ୱିମ ର୍ୟାକିଂ ର ଶିର୍ଷରେ ରହିଥିଲେ ତାଙ୍କର ସାଥି ସିଏସ୍ ସନ୍ତୋଷ ର୍ୟାଙ୍କ ଟେବୁଲରେ ଦଶମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମାର୍ଦ୍ଧ ସୁଧା ପ୍ରତିଭାବାନ ଜୋକ୍ୱିମ ୧୪୫ କିମି ର ଦୁରତ୍ୱ କୁ ସମ୍ପୁର୍ଣ୍ଣ କରି ହିରୋ ମୋଟୋସ୍ପୋର୍ଟସ୍ ଟିମ ର୍ୟାଲି ଜିତି ଥିଲେ । ପୂର୍ବରୁ ସେ ପ୍ରୋ-ଲିଗ୍ ରେ ମଧ୍ୟ ବିଜୟ ଲାଭ କରିଛନ୍ତି । ସେହିଭଳି ସନ୍ତୋଷ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଜରିଆରେ ଟିମ କୁ ପରବର୍ତୀ ପର୍ଯ୍ୟାୟରେ ପହଂଚାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ସେ ଏକାଦଶ ସ୍ଥାନରେ ରହି ମୋଟାମୋଟି ଭାବେ ର୍ୟାକିଂ ରେ ଶ୍ରେଷ୍ଠ ୧୦ସ୍ଥାନ ମଧ୍ୟରେ ସ୍ଥାନିତ ହୋଇଛନ୍ତି । ପ୍ରତିଯୋଗୀ ଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ର୍ୟାଲି ଆଉ ଏକ ସ୍ମରଣୀୟ ଦିବସ ଥିଲା । ର୍ୟାଲି ର ତୃତୀୟ ପର୍ଯ୍ୟାୟରେ ପ୍ରତିଯୋଗୀ ଙ୍କ ପାଇଁ ବେଶ ଚ୍ୟାଲେଞ୍ଜପୁର୍ଣ୍ଣ ହେବ । କାରଣ ଏଥିରେ ପ୍ରତିଯୋଗୀ ଦୀର୍ଘ ୪୫୦କିମି ର ଦୂରତ୍ୱରେ ଗାଡି ଚାଳନା କରିବାକୁ ପଡିବ । ଏ ସମ୍ପର୍କରେ ହିରୋ ମୋଟୋସ୍ପୋର୍ଟସ୍ ଟିମ ର୍ୟାଲିର ଚାଳକ ଜୋକ୍ୱିମ ରୋଡ୍ରିଗ୍ୟୁ କୁହନ୍ତି ଆଜିର ଦିନ ମୋ ପାଇଁ ଶ୍ରେଷ୍ଠ ଥିଲା । ପ୍ରତିଯୋଗୀତାରେ ପ୍ରଥମରୁ ମୁଁ ଆଗରେ ରହି ମୋଠାରୁ ଆଗରେ ଥିବା ପ୍ରତିଯୋଗୀଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ସେ ସମୟରେ ଧୂଳୀ ର ମାତ୍ରା ଏତେ ରହିଥିଲା ଯେ, ସେଥିରେ କିଛିବି ଦେଖିବା କଷ୍ଟକର ହେଉ ଅତିକ୍ରମ କରି ରିପୁଏଲିଂ ପଏଂଟରେ ଦ୍ୱିତୀୟ ସ୍ଥାନରେ ପହଂଚିଲି, କିନ୍ତୁ କେତେକ ବୈଷୟିକ ସମସ୍ୟା ପାଇଁ ସେମାନେ ଦ୍ୱିତୀୟ ପର୍ଯ୍ୟାୟକୁ ବାତିଲ କରିଥିଲେ । ମୋ ଟିମ ପାଇଁ ଏହା ଏକ ଭଲ ବିଜୟ ଥିଲା । ସେଥିପାଇଁ ମୁଁ ବେଶ ଖୁସି । ଅନ୍ୟତମ ଚାଳକ ସନ୍ତୋଷ ଙ୍କ କହିବା ଅନୁଯାୟୀ ର୍ୟାଲି ର ପ୍ରାରମ୍ଭରୁ ସେ କିଛି ତୃଟି କରିଥିଲେ । ଏହା ପରେ ଶେଷ ପର୍ଯ୍ୟନ୍ତ ଏକାଗ୍ରତା ବଜାୟ ରଖିଥିଲେ । ମୋଟାମୋଟି ଭାବେ ତାଙ୍କ ପାଇଁ ଦିନଟି ସେଭଳି ଖରାପ ନଥିଲା ଏବଂ ସେ ର୍ୟାଲି ଶେଷ କରିଥିଲେ । ଆଗାମୀ ପର୍ଯ୍ୟାୟ ଗୁଡିକରେ ସେ ତାଙ୍କର ଏଭଳି ପ୍ରଦର୍ଶନକୁ ବଜାୟ ରଖିବେ ବୋଲି ସନ୍ତୋଷ କହିଛନ୍ତି ।