ପାରଳାରେକେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଅନୁପମ ସାହା ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିଲେ । ଲୋକଙ୍କ ନିକଟରେ ସରକାରଙ୍କ ସେବା ପହଞ୍ଚାଇବା ପାଇଁ ଏହି ପ୍ରତିଷ୍ଠାନର ବହୁତ ବଡ ଅବଦାନ ରହିଛି ବୋଲି ସେ କହିଥିଲେ । ସେହିପରି ନିଜେ ନିଜର ଶାସନ ଭାର ନେଇ ସେବା କରିବା ପାଇଁ ଏହା ଏକ ଉତ୍ତମ ସ୍ଥାନ ବୋଲି ଜିଲ୍ଲାପାଳ ମତ ରଖିଥିଲେ । ସାରା ଦେଶରେ କରୋନାକୁ ନେଇ ସଂଙ୍କଟ ସ୍ଥିତି ଥିବା ବେଳେ ଗଜପତି ଜିଲ୍ଲାରେ ଏହାକୁ ସଫଳତାର ସହ ନିୟନ୍ତ୍ରଣ କରାଯାଇପାରିଛି । ଏଥିରେ ସମସ୍ତ କର୍ମଚାରୀଙ୍କ ଅବଦାନ ମଧ୍ୟ ରହିଛି । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କରୋନା ଯୋଗୁଁ ଏହି ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୁରତା ରକ୍ଷା କରାଯାଇ କୋଭିଡ୍-୧୯ ନିୟମ ଅନୁଯାଇ ଅନୁଷ୍ଠିତ ହୋଇଥିଲା ।