ନିରାଡମ୍ବରରେ ପାଳିତ ହେଲା ପାରଳା ଯୁବରାଣୀଙ୍କ ପ୍ରଥମ ବର୍ଷ ଶାସନ ପୁର୍ତ୍ତୀ ଉତ୍ସବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ରାଜ ବଂଶର ଅଙ୍କ ଉତ୍ସବ ନିରାଡମ୍ବରରେ ପାଳିତ ହୋଇଛି । ପ୍ରଥମ ଥର ପାଇଁ ଶାସନର ପ୍ରଥମ ବର୍ଷ ଏହି ଅଙ୍କ ଉତ୍ସବ ପାଲନ କରିଛନ୍ତି ଯୁବରାଣୀ କଲ୍ୟାଣୀ ଗଜପତି । ପାରଳାଖେମୁଣ୍ଡି ରାଜ ବଂଶର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଁ ମାଣିକେଶ୍ୱରୀ । ୧୫୬୬ ମସିହାରୁ ଏହି ଉତ୍ସବ ପାରଳା ରାଜବଂଶ ପକ୍ଷରୁ ପାଳନ କରାଯାଉଛି । ଗୋପିନାଥ ଗଜପତିଙ୍କ ଦେହାନ୍ତ ପରେ ପ୍ରଥମ କରୀ ଯୁବରାଣୀ କଲ୍ୟାଣୀ ଦେବୀ ରାଜ ସିଂହାସନର ଅଧିକାରୀ ହେବା ପରେ ତାଙ୍କ ଶାସନର ପ୍ରଥମ ବର୍ଷ ପୁର୍ତ୍ତୀ ଅବସରରେ ଏହି ଅଙ୍କ ଉତ୍ସବ ନିରାଡମ୍ବରରେ ପାଳିତ ହୋଇଛି । ପ୍ରତି ବର୍ଷ ଭାଦ୍ରବ ମାସ ସୁକ୍ଳପକ୍ଷ ଦସମୀ ଦିନ ରାଜ ପରିବାର ପକ୍ଷରୁ ଏହି ଉତ୍ସବ ମାଣିକେଶ୍ୱରୀ ମନ୍ଦିରରେ ପାଳିତ ହୋଇଥାଏ । ତେବେ କୋଭିଡ୍-୧୯ କଟକଣା ଯୋଗୁଁ ପୁର୍ବଭଳି ବାଜା ବାଇଦ ବିନା ରାଜବାଟିରୁ ଯୁବରାଣୀ ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ କନକ ଦୁର୍ଗା ମନ୍ଦିରରୁ ପାଟଖଣ୍ଡା ନେଇ ମାଣିକେଶ୍ୱରୀଙ୍କ ଗର୍ଭଗୃହଠାରେ ଯୁବରାଣୀ ସ୍ଥାପନ କରିଥିଲେ । ସେଠାରେ ସୁନାରେ ତିଆରି ଶାତପତ୍ରୀର ପୁଜା କରାଯାଇ ହୋମଜଜ୍ଞ କରାଯାଇଥିଲା ପରେ ଏକ ମାଗୁର ମାଛ ଦାନ କରି ଯୁବରାଣୀ ରାଜ ନହରକୁ ଫେରିଥିଲେ ।


