ପାରଳାରେ କର୍ତ୍ତିକେଶ୍ୱର ପୂଜା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭଗବାନ କାର୍ତ୍ତିକେଶ୍ୱର ପୂଜା ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ବଡବ୍ରାହ୍ମଣ ସାହି ତଳ ଛକ ଠାରେ ଭଗବାନ କାର୍ତ୍ତିକେଶ୍ୱର ପୂଜା ଗତକାଲି ଠାରୁ ଅତ୍ୟନ୍ତ ଭକ୍ତିପୁତ ଭାବେ ଆରମ୍ଭ ହୋଇଛି । ଏହି ପୂଜା ଆଗାମୀ ୭ଦିନ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ । ଆଗାମୀ ୧୯ତାରିଖ ପୂର୍ଣ୍ଣିମା ଦିନ ଭଗବାନ କାର୍ତ୍ତିକେଶ୍ୱର ପୂଜା ସମାପନ କରାଯାଇ ବିସର୍ଜନ କରାଯିବା ସ୍ଥିର ହୋଇଥିବା ପୁଜା କମିଟି ତରଫରୁ ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ