ପାରଳାରେ କାର୍ତ୍ତିକ ପୁର୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ କାର୍ତ୍ତିକ ପୁର୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଭକ୍ତିପୂତ ଭାବେ ମହାସମାରୋହରେ ପାଳିତ ହୋଇଯାଇଛି. ଆଜି ଭୋର ସକାଳୁ ଲୋକେ ପାରଳା ସହର ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ନିକଟରେ ଏବଂ ପାରଳା ସହରର ବିଭିନ୍ନ ଜଳାଶୟ ନିକଟରେ କାର୍ତ୍ତିକ ପୁର୍ଣିମା ଅବସରରେ ପାନ ଗୁଆ ରଖି ବୋଇତକୁ ଶୁଭ କାମନା କରି ବନ୍ଦେଇ ନଦୀ ଓ ଜଳାଶୟ ଗୁଡିକରେ ଭସାଇ ଥିଲେ. ଏହାପରେ ଭକ୍ତମାନେ ପାରଳା ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀରାଧାକୃଷ୍ଣ ମନ୍ଦିର, ସମସ୍ତ ଶିବାଳୟ ମନ୍ଦିର ଏବଂ ସହରର ଅନ୍ୟାନ୍ୟ ମନ୍ଦିରରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ କରି କାର୍ତ୍ତିକ ପୁର୍ଣିମା ଅବସରରେ ପୂଜା ପାଠ କରିଥିଲେ. କାର୍ତ୍ତିକ ପୁର୍ଣିମା ପାଇଁ ଆଜି ପାରଳା ସହର ଉତ୍ସବ ମୁଖରିତ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ