ପାରଳାରେ କିନ୍ନର ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କିନ୍ନର ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିବାର ଜଣାପଡିଛି । ଗତକାଲି ସନ୍ଧ୍ୟା ୭ଘଣ୍ଟା ସମୟରେ ସ୍ଥାନୀୟ ରାଜପ୍ରାସାଦ ସମ୍ମୁଖରେ ଗଜପତି ଜିଲ୍ଲା କିନ୍ନର ସମାଜର ପ୍ରମୁଖ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ କ୍ୟାଣ୍ଡଲ ଜଳାଇ ନିର୍ଯ୍ୟାତିତ, ଆତ୍ମହତ୍ୟା, ହତ୍ୟା ଆଦିର ଶିକାର ହୋଇ ମୃତ୍ୟୁବରଣ କରିଥିବା ନିଜ ନିଜ ସାଥୀମାନଙ୍କୁ ସ୍ମରଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏଥିରେ ଗଜପତି ଜିଲ୍ଲା କିନ୍ନର ସଂଘର ସଭାପତି ମଧୁ ବରାଡ, ସମ୍ପାଦକ ଜଶମିନ ଶେଖ, ସୁନିତା ମିଶାଲ, ଆଇଶା ପ୍ରଧାନ, କରୀନା ମହାରଣା, ଜ୍ୟୋତି ବେହେରା, ପୀତାମ୍ବର ତ୍ରୁଣ, ଭୁବନ ଅନନ୍ତ, ଦୀପିକା ବେହେରା, ଘାସି ଗୌଡ, ପରୀ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ