ପାରଳାରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଶୀଳା ନ୍ୟାସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଦିର୍ଘ ଦିନ ବ୍ୟବଧାନ ପରେ ଶୀଳାନ୍ୟାସ ହୋଇଥିବା ଜଣାପଡିଛି । ଏହି ମନ୍ଦିର ଏକ ପୁରାତନ ମନ୍ଦିର ହୋଇଥିବାବେଳେ ଗତ ପ୍ରାୟ କିଛିବର୍ଷ ତଳେ ୩ ଠାକୁରଙ୍କୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତର କରାଯାଇ ମନ୍ଦିର ନବୀକରଣ ନାମରେ ମନ୍ଦିରକୁ ଭଙ୍ଗାଯାଇଥିଲା । ମାତ୍ର ଏହା ଦିର୍ଘ ଦିନ ଧରି ଭାଙ୍ଗି ଏହାର କାର୍ଯ୍ୟପାଇଁ ଖନନ କରାଯାଇଥିବାରୁ ସେଠାରେ ପାଣି ଜମାଟ ବାନ୍ଧି ଏକ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିଲା । ଯାହାବି ହେଉ ପାରଳାଖେମୁଣ୍ଡି ମହାରାଜାଙ୍କ ଦାୟଦ ତଥା ରାଜକୁମାରୀ କଲ୍ୟାଣୀଦେବୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୂତନ ମନ୍ଦିର ନିର୍ମାଣ ପାଇଁ ଶୀଳାନ୍ୟାସ କରାଯାଇଛି । ଏହି ଶୀଳାନ୍ୟାସ କାର୍ଯ୍ୟରେ ରାଜପୁରେହିତ କାମଦେବ ପାଢୀ ଯୋଗଦେଇଥିଲେ । ସେହିପରି ଭାବେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟର ସମସ୍ତ ତଦାରଖ କରିବାକୁଥିବା ଭୁବନେଶ୍ୱରରୁ ଆସିଥିବା ଶୀଳ୍ପୀକାର ଇଂ. ବିଜୟ କୁମାର ରଥ ଉପସ୍ଥିତ ଥିଲେ । ସେହିପରି ଏହି ମନ୍ଦିର କାର୍ଯ୍ୟ କାରୀଗର କୀର୍ତ୍ତନ ମହାରଣା ଏବଂ ତାଙ୍କ ଟିମ୍ ଦ୍ୱାରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ମନ୍ଦିରର ମୂଳଦୁଆ ତଥା ପଥର କାର୍ଯ୍ୟ ପର୍ଯ୍ୟନ୍ତ ନିର୍ମାଣ ପାଇଁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ବାପା ଅର୍ଥ ଖର୍ଚ୍ଚ କରିବେ ବୋଲି ଜଣାପଡିଛି । ସେହିପରି ଭାବେ ଏହି ମନ୍ଦିର ଦକ୍ଷିଣାଞ୍ଚଳର ଏକ ପ୍ରମୁଖ ଜଗନ୍ନାଥ ମନ୍ଦିର ହୋଇଥିବାବେଳେ ଏହି ମନ୍ଦିର ନୂତନ ଭାବେ ନିର୍ମାଣ ହେବାକୁ ନେଇ ସମଗ୍ର ଅଞ୍ଚଳବାସୀଙ୍କ ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ଲୋକେ ମଧ୍ୟ ଖୁସି ପ୍ରକଟ କରିବା ସହ ସ୍ୱାଗତ କରିଛନ୍ତି ।


