ପୂର୍ବତନ ସରପଞ୍ଚଙ୍କୁ ଆନ୍ଧ୍ର ପ୍ରଶାସନର ହାତବାରସିଙ୍କ ଦ୍ୱରା ହତ୍ୟା ଧମକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଓଡିଶାର ଗଜପତି ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭାଗନେଇଥିବା ଓଡିଶା ରାଜସ୍ୱ ଗ୍ରାମର ଦୁଇ ମହିଳା ପ୍ରାର୍ଥୀନୀଙ୍କ ପ୍ରାର୍ଥି ପତ୍ର ପ୍ରତ୍ୟାହାର କରାଇଥିବା ଯୋଗୁଁ ଆନ୍ଧ୍ର ପ୍ରଶାସନତ୍ତଉତକ୍ଷିପ୍ତ ହୋଇ କେତେକ ଆନ୍ଧ୍ର ହାତବାରସୀଙ୍କ ଦ୍ୱାରା ଓଡିଶା ତଥା ଗଙ୍ଗାବାଡର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ଗଜପତି ଜିଲ୍ଲା ପ୍ରଶାସନ ଜାଣିବାପରେ ସମ୍ପୃକ୍ତ ପୂର୍ବତନ ସରପଞ୍ଚଙ୍କୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା, ଗୁଡିଖୁଡି, ମାଧିଆଖାଲ, ଅମରିଙ୍ଗି, ଆଖଡା ଏବଂ ବୁରୁଷିଙ୍ଗି ଆଦି ୬ଟି ଗାଁକୁ ଆନ୍ଧ୍ର ପ୍ରଶାସନ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳର ସାବା ପଞ୍ଚାୟତ ଅଧୀନରେ ଦର୍ଶାଇ ଏହାକୁ ୫ ନମ୍ବର ୱାର୍ଡର ମାନ୍ୟତା ଦେଇଥିଲା । ଏହି ୱାର୍ଡ ପାଇଁ ନିର୍ବଚନ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଥିଲା । ଏପରିକି ଏହି ୱାର୍ଡରୁ ୨ଜଣ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିବାର ସକ୍ଷମ ହୋଇଥିଲେ ଆନ୍ଧ୍ରର ଦୁଇଟି ରାଜନୈତିକ ଦଳ । ତେବେ ଆନ୍ଧ୍ ଏହି ଷଡଯନ୍ତ୍ର ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରଚାରିତ ହୋଇଥିଲା । ଏହାପରେ ଗାଁରେ ଗଜପତି ଜିଲ୍ଲା ପ୍ରଶାସନ ପହଂଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମ୍ପୃକ୍ତ ଦୁଇ ପ୍ରାର୍ଥୀଙ୍କ ନାମାଙ୍ଗନପତ୍ର ପ୍ରତ୍ୟାହାର କରାଇବାରେ ସକ୍ଷମ ହୋଇଥିଲା । ନିଜ ଷଡଯନ୍ତ୍ର ଫସର ଫାଟିବା ପରେ ଚେତିଛି ଆନ୍ଧ୍ର ପ୍ରଦେଶ । ଏହି ଘଟଣାରେ ଜିଲ୍ଲା ପ୍ରଶାସନକୁ ସାହଯ୍ୟ କରିଥିବା ଗଙ୍ଗାବାଡର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ବିଭିନ୍ନ ସ୍ଥାନରୁ ହତ୍ୟା ଧମକ ମିଳୁଥିବାର ଅଭିଯୋଗ ହୋଇଛି । ସେ ନିଜର ଜୀବନ ପ୍ରତି ବିପଦ ଥିବା କହିଛନ୍ତି । ସୀମାନରେ ଅନୁପ୍ରବେଶ କରି ଅଯାଚିତ ସାହାଯ୍ୟ କରି ସୀମାବର୍ତ୍ତୀ ଅଞ୍ଚଳ ଲୋକଙ୍କ ମନ କିଣି ଆନ୍ଧ୍ର ପୁରୁଣା ଅଭ୍ୟାସ । ଏହା ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଏଭଳି ପ୍ରୟାସ କରିଛି ଆନ୍ଧ୍ର ପ୍ରଦେଶ ସରକାର । ଲୋକଙ୍କୁ ଭୋଟର କାର୍ଡ ଠାରୁ ଆରମ୍ଭ କରି ରାସନ୍ କାର୍ଡ, ମାଗଣା ବିଜୁଳି ଆଦି ଯୋଗାଇଛି । ବର୍ତ୍ତମାନ ଗୁଡିଖୁଡି ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଏକ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି । ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛି ଗଜପତି ଜିଲ୍ଲା ପ୍ରଶାସନ । ଗ୍ରାମବାସୀ କହିଛନ୍ତି ଯେ ଗାଁକୁ ଓଡିଶାର କୌଣସି ଅଧିକାରୀ ଆସୁନଥିବାବେଳେ ଆନ୍ଧ୍ର ପ୍ରଦେଶ ସମସ୍ତ ପ୍ରକାର ଉନ୍ନତି କରୁଥିବାରୁ ସେଠିକାର ନିର୍ବାଚନରେ ସାମିଲ ହେବା ପାଇଁ ଆମ୍ଭେ ନିଷ୍ପତି ନେଇଥିଲୁ କିନ୍ତୁ ବର୍ତ୍ତମାନ ଓଡିଶାର ଅଧିକାରୀ ଆସି ଦୁଃଖ କଷ୍ଟ ଶୁଣିବା ପରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ଆଉ ଆନ୍ଧ୍ର ନିର୍ବାଚନରେ ସାମିଲ ହେବୁ ନାହିଁ ବୋଲି କହିଛନ୍ତି । ଆନ୍ଧ୍ରର ଷଡଯନ୍ତ୍ର ଜାଣିବା ପରେ ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଟିମ ଗତ କିଛି ଦିନ ହେଲାଣି ଏହି ଅଞ୍ଚଳ ଗୁଡିକୁ ଲଗାଦାର ଗସ୍ତ କରି ସମସ୍ତ ତଥ୍ୟ ରଖୁଛନ୍ତି । ଏବୁର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ