ପାରଳାରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଳନ ପାଇଁ ପୋଲିସର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶାରଦୀୟ ଦୁର୍ଗାପୂଜା ଉତ୍ସବ -୨୦୨୪କୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ଆଜି ପାରଳାଖେମୁଣ୍ଡି ସହରର ସମସ୍ତ ପୂଜା କମିଟି ସଦସ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମସ୍ତ ପୂଜା କମିଟି ଏବଂ ମନ୍ଦିରର ପୂଜକମାନଙ୍କ ସହିତ ପୋଲିସ ସମସ୍ତ ଆଲୋଚନା କରିଥିଲେ. ସମସ୍ତ ପୂଜା ମଣ୍ଡପ ଠାରେ ପୁଲିସ ମୁତୟନ କରି ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଦର୍ଶକଙ୍କର ସୁରକ୍ଷା ବିଷୟ ନେଇ ଆଲୋଚନା କରାଯାଇଥିଲା | ଏହି ବୈଠକରେ ପାରଳା ଏସଡିପିଓ ଓ ପାରଳା ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଉପସ୍ଥିତ ରହି ପୂଜା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ