ପାରଳାର ଏକମାତ୍ର ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡିଆ ଭଣ୍ଡାରୀ ସାହି ପୂଜା କମିଟି ପକ୍ଷରୁ ୩୯ତମ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ଆରମ୍ଭ ହୋଇଯାଇଛି । ୯ଦିନ ବ୍ୟାପି ଏହି ପୂଜା ଅନୁଷ୍ଠିତ ହେବା ସହ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର‌୍ୟ୍ୟକ୍ରମମାନ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ ରହିଛି । ସେହିପରି ପୂଜା କମିଟି ପକ୍ଷରୁ ଏକ ଚୁଡିଦାନ ଉତ୍ସବ, ହଜାରେ ଆଠ ଦୀପ ଦାନ ଆଦି କାର‌୍ୟ୍ୟକ୍ରମ ରହିଥିବାର ସୂଚନା ପ୍ରଦାନ କରାଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶେଷ କରି ପ୍ରବଳ ସଂଖ୍ୟକ ମହିଳା ଭକ୍ତ ବା ଶ୍ରଦ୍ଧାଳୁ ମାନେ ଯୋଗ ଦେବେ ବୋଲି ପୂଜା କମିଟି ପକ୍ଷରୁ ଆକଳନ କରାଯାଇଛି । ଆଜି ପ୍ରଥମ ଦିବସରେ ପ୍ରବଳ ସଂଖ୍ୟକ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିବା ବେଳେ ସନ୍ଧ୍ୟା ସମୟରେ ଚନ୍ଦ୍ର ଗ୍ରହଣ ଯୋଗୁଁ ସାମାନ୍ୟ ଭିଡ କମ୍ ରହିଥିଲା । ଏହି ପୂଜାକୁ ପୂଜା କମିଟିର ବାବୁନା ବେହେରା, ପ୍ରସାଦ ଗୌଡ, ପ୍ରଭାତ ପାତ୍ର, ବାବୁଲା ଜେନା, ରଘୁ ପାଣିଗ୍ରାହୀ, ଗଙ୍ଗା ଖଞ୍ଜା, ସୁଶାନ୍ତ ବେହେରା, ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରୁଥିବା ବେଳେ ଅଞ୍ଚଳବାସୀ ସହଯୋଗ କରୁଛନ୍ତି । ସେହିପରି ପୂଜକ ଭାବେ ରାମକୃଷ୍ଣ ମିଶ୍ର ଓ ବୁଢା ତ୍ରିପାଠୀ ଯଥା ରିତିନିତିରେ ପୂଜାର୍ଚ୍ଚନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ