ପାରଳାର ଶିଶୁ ଉଦ୍ୟାନ ଅଟଳ ପାର୍କ ବନ୍ଦ ଯୋଗୁଁ ସାଧାରଣରେ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ଶିଶୁ ଉଦ୍ୟାନ ଅଟଳ ପାର୍କ 9 ଦିନ ହେଲା ବନ୍ଦ ରହିଛି। ପ୍ରକାଶ ଯେ, ଏହି ଶିଶୁ ଉଦ୍ୟାନରେ ପ୍ରତିଦିନ ସନ୍ଧ୍ୟାରେ ଭିଡ ଜମାଇଥାନ୍ତି। ଏହା ସହ ଅଭିଭାବକଙ୍କ ଠାରୁ ଆରମ୍ଭ କରି ସକାଳ ସମୟରେ ମଧ୍ୟ ବହୁ ଲୋକ ମର୍ନିଙ୍ଗ ୱାର୍କ ପାଇଁ ସମାଗମ ହେଉଥାନ୍ତି. ହେଲେ ଭୋଟଗଣନା ପରଠାରୁ ଏହି ପାର୍କ ହଠାତ ବନ୍ଦ କରିଦିଆଯାଇଛି। ଆଜକୁ ୯ ଦିନ ଧରି ପାର୍କଟିକୁ ବନ୍ଦ କରି ଦିଆଯାଇଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି. ପୌରପ୍ରଶାସନ ତରଫରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି I ଶିଶୁ ଉଦ୍ୟାନରେ ତାଲା ପକାଯାଇ ସାମଗ୍ରୀ ଗୁଡିକ ବାହାର କରାଯାଇଥିବା ଆଲୋଚନା ହେଉଛି। ଏନେଇ ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାରୀ ଅଧିକାରୀ ପ୍ରମୋଦ କୁମାର ଖୋଲଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରୁ ସେ କହିଛନ୍ତି କାଳବୈଶାଖୀ ପ୍ରଭାବ ଯୋଗୁଁ ଅଟଳ ଶିଶୁ ଉଦ୍ୟାନର କ୍ଷୟକ୍ଷତି ହେବା ହବା ସହ ବ୍ୟାୟାମ ଉପଯୋଗୀ ସାମଗ୍ରୀଗୁଡିକ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ବନ୍ଦ କରାଯାଇଛି। ମରାମତି କାର୍ଯ୍ୟ ଜାରି ରହିଛି. ମରାମତି କାର୍ଯ୍ୟ ସରିଲା ପରେ ପାର୍କଟି ଖୋଲାଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ